ଗୁଣପୁର ପୌରପରିଷଦରେ ନଜର ରଖିବା ପାଇଁ ସି.ସି.ଟିଭିର ଶୁଭାରମ୍ଭ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଗୁଣପୁର ପୌର ପରିଷଦ ତରଫରୁ ସହରର ପ୍ରତ୍ୟେକ ଛକରେ ସିସି ଟିଭି କାର୍ଯ୍ୟକ୍ଷମ ହୋଇଛି I ଗୁଣପୁର ମା ଗ୍ରାମଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଗ୍ରାମଦେବୀ ଛକ ଠାରେ ଶୁଭଆରମ୍ଭ ହେଇଥିଲା । ଯାହା ଗୁଣପୁର ସହରରେ ବଢୁଥିବା ଚୋରି ଡକାୟତି ଓ ଦୁର୍ଘଟଣା ଆଦିକୁ ନଜର ରଖିବା ପାଇଁ ପୌରପରିଷଦ ଏହି ପଦେକ୍ଷପ ନେଇଛି । ଏହି ସିସି ଟିଭି ଗୁଣପୁର ସହରର ସମସ୍ତ ଛକରେ ପ୍ରାୟ ୧୧୬ଟି ସିସି ଟିଭି ଲାଗିବା ନେଇ ପଦେକ୍ଷପ ନିଆଯାଇଛି । ଏନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅଧ୍ୟକ୍ଷା, ଉପାଦକ୍ଷ ଓ ସମସ୍ତ କାଉନସିଲଙ୍କ ସହ ମିଳିତ ବୈଠକ ବସିଥିଲା । ଯାହା ଆଜି ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ପୌରପରିଷଦର ଅଧ୍ୟକ୍ଷା, ଉପାଦକ୍ଷ, ନିର୍ବାହୀ ଅଧିକାରୀଙ୍କ ସହ ସମସ୍ତ କର୍ମକର୍ତ୍ତା ଯୋଗଦେଇ ଶୁଭାରମ୍ଭ କରିଥିଲେ ।