ପାଚିକା ଓ ସହାୟିକା ମହାସଂଘର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଦକ୍ଷିଣ ଓଡ଼ିଶାର ପାଚିକା ଓ ସହାୟିକା ମହାସଙ୍ଘର ଦ୍ବିତୀୟ ଜିଲ୍ଲା ସମ୍ମିଳନୀ ଗୁଣପୁର ଠାରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମହାସଂଘର ରାଜ୍ୟ ସଭାପତି ସବିତା ବରଜ, ଉପଦେଷ୍ଟା ତ୍ରିପତି ଗମାଙ୍ଗ ପ୍ରମୁଖ ଯୋଗ ଦେଇଥିଲେ । ୨୩ ଜଣଙ୍କୁ ନେଇ ଜିଲ୍ଲା କମିଟି ଗଠନ କରାଯାଇଛି । ଏଥିରେ ମୁନି ଶବରଙ୍କୁ ସଭାପତି ଭାବେ ଚୟନ କରାଯାଇଛି । ପାଚିକା ଓ ସହାୟିକାମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ମାସିକ ୨୬ ହଜାର ଟଙ୍କା ବେତନ, ପେନସନ ଓ ବୀମାଭୁକ୍ତ କରାଇବା, ଶ୍ରମ କୋଡକୁ ବାତିଲ କରିବା, ମଧ୍ୟାହ୍ନଭୋଜନକୁ ଘରୋଇ ସଂସ୍ଥା ହାତରୁ ମୁକ୍ତ କରିବା, ବିଦ୍ୟାଳୟ ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନ ଅନ୍ତେବାସୀଙ୍କ ଖାଦ୍ୟ ଖର୍ଚ୍ଚ ପରିମାଣ ବୃଦ୍ଧି କରିବା ପ୍ରଭୃତି ଦାବି ନେଇ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବୃନ୍ଦାବନ ବିଡିକା, ମୁକ୍ତା ଶବର, ପଦ୍ମାବତୀ ଶବର, ନଳିନୀ ପଣ୍ଡା, ପାର୍ବତୀ ଶବ୍ଦର ପ୍ରମୁଖ ଯୋଗ ଦେଇଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧୂକ ପାଚିକା ଓ ସହାୟିକା ଯୋଗ ଦେଇଥିଲେ ।