ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ସିନେମା ହାଲ୍ ପାଖରେ ଥିବା ବଂଶଧାରା ନଦୀରୁ ଏକ ଅଚିହ୍ନା ମୃତ ଦେହ ଉଦ୍ଧାର କରାଯାଇଛି । ଆଜି ଅପରାହ୍ନ ୫ ଘଣ୍ଟିକ ସମୟରେ ସ୍ଥାନୀୟ ଲୋକ ମୃତ ଦେହକୁ ଦେଖି ଦମକଳ ବାହୀନିକୁ ଓ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ତତ୍ ସଙ୍ଗେ ସାହି ବାସିନ୍ଦା ଯୋଗେ ୧୦୮ ଆମ୍ବୁଲାନ୍ସରେ ତୁରନ୍ତ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ସେଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ । ଗୁଣପୁର ୧୧୨ ପହଞ୍ଚି ତଦନ୍ତ ଜାରି ରଖିଛି। ଗୁଣପୁର ପୁଲିସ ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ତଦନ୍ତ ଆରମ୍ଭ କରୁଛନ୍ତି । ସେହି ଲୋକ କିଏ କୋଉଠା କର ଏବେ ପର୍ଯ୍ୟନ୍ତ ଜଣାପଡିନି । ଏ ସମ୍ପର୍କରେ ଗୁଣପୁର ଆରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।