ଅନୁସନ୍ଧାନ ଭାରତ(ବ୍ୟୁର): ଟିକାବାଲି ଥାନା ଲାଇନ ପଡ଼ା ଓ ଚକାପାଦ ରାସ୍ତାର ଡୁଙ୍ଗୁରିପଡ଼ା ନିକଟସ୍ଥ ମୁଣ୍ଡାକିଆ ଜଙ୍ଗଲରୁ ଟିକାବାଲି ପୁଲିସ ଜଣେ ମହିଳାଙ୍କ ଝୁଲନ୍ତା ଶବକୁ ଉଦ୍ଧାର କରିଛି । ମୃତ ମହିଳା ଜଣଙ୍କ ହେଲେ କୁସୁମେଣ୍ଡି ପଞ୍ଚାୟତ ବେରେଡା ପଦର ଗ୍ରାମର ନିଲାଞ୍ଚଳ ପ୍ରଧାନଙ୍କ ମୃତ ପତ୍ନୀ ପ୍ରତିମା ମଲ୍ଲିକ(୨୩) । ଘଟଣା ସ୍ଥଳରେ ଟିକାବାଲି ଓ ଲାଇନପଡ଼ା ପାଣ୍ଡି ପୁଲିସ୍, ଘୁ.ଉଦୟଗିରି ଏସ୍ଡିପିଓ, ଡି. ତିରୁପତି ରାୟ ପଟ୍ଟନାୟକ, ଚକାପାଦ ତହସିଲଦାର ପ୍ରଭାସ କୁମାର ବୁଡାୟକ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲୁବାଣୀ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାପଡ଼ିଛି । ଏହି ଘଟଣାରେ ମୃତ୍ୟୁ ପ୍ରତିମାଙ୍କ ମା ନବତି ମଲ୍ଲିକ ହତ୍ୟା ଅଭିଯୋଗ ଆଣିବା ସହ ସ୍ଵାମୀ, ସଶୁର, ଶାଶୁ, ଦେଡ଼ଶଶୁରଙ୍କ ନାମରେ ଥାନାରେ ଏତଲା ଦେଇଥିବାର ଜଣା ପଡ଼ିଛି । ଏନେଇ ଟିକାବାଲି ଥାନାରେ କେସ ନଂ ୬୧/୨୩ରେଏକ ମାମୁଲା ରୁଜୁ ହୋଇଥିବା ଟିକାବାଲି ଏସଆଇ ସଂଜୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ଅଭିଯୋଗ ଅନୁଯାୟୀ ଦୁଇ ବର୍ଷ ତଳେ ପ୍ରତିମା ବେରେଡ଼ା ପଦର ଗ୍ରାମର ନିଳାଞ୍ଚଳଙ୍କୁ ବିବାହ କରିଥିଲେ । ଉଭୟଙ୍କ ଏକ ବର୍ଷର କନ୍ୟା ସନ୍ତାନ ରହିଛି । ସ୍ଵାମୀ ନିଳାଞ୍ଚଳ ଏକ ଯଂଜ୍ଞ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ଶନିବାର ଠାରୁ ପ୍ରତିମା ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ପାଇନଥିଲେ । କିଛି ଲୋକ ମୃତ୍ୟୁ ପ୍ରତିମାଙ୍କ ଶବ ଝୁଲୁଥିବା ଦେଖିବାକୁ ପାଇବା ପରେ ସ୍ଵାମୀ ନିଳାଞ୍ଚଳଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ସ୍ଵାମୀ ନୀଳାଞ୍ଚଳ ପହଞ୍ଚିବା ପରେ ଲାଇନପଡ଼ା ପାଣ୍ଡି ଓ ଟିକାବାଲି ଥାନାକୁ ଜଣାଇଥିଲେ । ପୁଲିସ ଏହି ଘଟଣାକୁ ତଦନ୍ତ କରି ସ୍ୱାମୀ ନୀଳାଞ୍ଚଳକୁ କୋର୍ଟ ଚାଲାଣ କରିଥିବା ଟିକାବାଲି ଥାନା ଏସଆଇ ସ୍ୱାଇଁ ସୂଚନା l