ଦୋରାସାର୍ଲି ଠାରେ ଚନ୍ଦନ ଯାତ୍ରା ଓ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲା ପରିଷଦ ସଦସ୍ୟ ସହ ପୂର୍ବତନ ବିଧାୟକ….

ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଖବାହାଳି ଗ୍ରାମପଞ୍ଚାୟତ ଅଧିନସ୍ତ ଦୋରା ସାର୍ଲି ଠାରେ ଷୋହଳ ପ୍ରହରୀ ନାମଯଜ୍ଞ ନିମନ୍ତେ ଭବ୍ୟକଳସ ଶୋଭାଯାତ୍ରା ମଙ୍ଗଳ ବାର ଦିନ ଅନୁଷ୍ଠିତ ହେଇଯାଇଛି । ଷୋହଳ ପ୍ରହର ନାମଯଜ୍ଞ ପାଇଁ ଭବ୍ୟ ଆୟୋଜନ କରାଯାଇଛି । ଆଜି ସନ୍ଧ୍ୟାରେ ଏଥିପାଇଁ କୁମାରଗୁଡା ନଦୀରେ ପୂଜାପାଠ ପରେ ନଦୀରୁ କଳସରେ ପବିତ୍ର ଜଳ ସଂଗ୍ରହ କରି ଦୋରାସାର୍ଲି ନାମଯଜ୍ଞ ମଣ୍ଡପ ପର୍ଯ୍ୟନ୍ତ ଏକ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଷୋହଳ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ କଳସ ଶୋଭାଯାତ୍ରାରେ ହଜାର ହଜାର ମହିଳା ଭକ୍ତ ସାମିଲ ହୋଇଥିଲେ । ଗତକାଲି ନାମଯଜ୍ଞର ଅଧିବାସ କାର୍ଯ୍ୟାରମ୍ଭ ହୋଇଥିବାବେଳେ ଶୁଭକଳସ ସ୍ଥାପନ କରାଯାଇଥିଲା । ଏଥିରେ କର୍ତ୍ତା ଭାବରେ ଶଙ୍କର ସାହୁ ଓ ତାଙ୍କ ଧର୍ମପତ୍ନୀ ସୁମିତ୍ରା ସାହୁ ଦାୟିତ୍ବ ତୁଲାଉଥିବା ବେଳେ ପୂଜକ ଭାବେ ପଣ୍ଡିତ ଜିତେନ୍ଦ୍ର ପାଢ଼ି, ପଣ୍ଡିତ ସୁକାନ୍ତ ଦାସ, ପଣ୍ଡିତ କାର୍ତିକ ଚନ୍ଦ୍ର ଦାସ, ପଣ୍ଡିତ ସଂଜୀବ କୁମାର ପ୍ରମୁଖ ଦାୟିତ୍ବ ତୁଲାଇ ଥିଲେ l ଏହି ଅବସରରେ ପୂର୍ବତନ ବିଧାୟକ ଶିବାଜୀ ମାଝୀ ଲାଞ୍ଜିଗଡ ଜୋନ- ୨ ଜିଲ୍ଲାପରିଷ ପରୀକ୍ଷିତ ନାଏକ, ବିସିସି କିସାନ କେନ୍ଦ୍ର ରାଜ୍ୟ ସମ୍ପାଦକ ଦେବେନ୍ଦ୍ର ମିଶ୍ର, ପୂର୍ବତନ ସମିତି ସଭ୍ୟ ଶ୍ରୀରାମ ସାହୁ ଯୋଗଦେଇ ଥିବା ବେଳେ ପ୍ରହରୀ କମିଟିର ସଦସ୍ୟ ଶୟମ୍ବର ସାହୁ, ବଶମ୍ବର ଦୋରା, ମଧୁସୂଦନ ସାହୁ, ଜୟରାମ ସାହୁ, ଭରତ ସାହୁ, କର୍ଣ୍ଣ ସାହୁ, ଖଗେଶ୍ୱର ନାଏକ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥଲେ l