ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକୀ ଉତ୍ସବ ଆରଟିଫେକ୍ଟ-୨୦୨୩ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ଠାରେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ, ରାୟଗଡା ଜିଲ୍ଲା ଶାଖା ପକ୍ଷରୁ, ଗୁଣପୁର ଟାଉନ୍ ହଲ୍ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ରାୟଗଡା ଜିଲ୍ଲା ସଭାପତି ଅନୀଲ ସାହୁକାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ଶ୍ରୀ ସୁଜ୍ଞାନୁ ଚୌଧୁରୀ ସ୍ବତନ୍ତ୍ର ଅତିଥି ରୂପେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ବିଭାଗର ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଦାସ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସମାଜସେବୀ ତଥା ଜି.ଆଇ.ସି.ଏମ୍.ଏସ୍ ଅଧ୍ୟକ୍ଷ ଶ୍ରୀ ଅକ୍ଷୟ ଦାଶ, ସମ୍ମାନୀତ ଅତିଥି ଭାବେ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ଜି.ଆଇ.ଇ.ଟି ବିଶ୍ୱବିଦ୍ୟାଳୟର ଉପ ସଭାପତି ଡଃ. ଚନ୍ଦ୍ର ଧ୍ୱଜ ପଣ୍ଡା, ଗୁଣପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମୃତ୍ୟୁଞ୍ଜୟ ବେହେରା ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତ ମଞ୍ଚାସୀନ ଅତିଥିଙ୍କ ସହ ସମାଜ ପାଇଁ ନିଃସ୍ୱାର୍ଥପର ଭାବେ ସେବା ଯୋଗାଉଥିବା ସଂଘ ତଥା ବ୍ୟକ୍ତିଗଣ ଯଥା ସତ୍ୟ ସାଇ ସେବା ସମିତି, ଗୁଣପୁର, ବରିଷ୍ଠ ସମାଜ ସେବୀ ଶ୍ରୀ ସଞ୍ଜୟ ସାହୁ, ଜଗନ୍ନାଥ ମହା ପ୍ରୟାଣ କମିଟି ଅଧ୍ୟକ୍ଷ ଶ୍ରୀ ଦୟାନିଧି ବାରିକଙ୍କ ସହ ସମାଜରେ ତୃତୀୟ ଲିଙ୍ଗ ବ୍ୟକ୍ତିମାନଙ୍କ ଅଧିକାର ପାଇଁ ସଦା ସର୍ବଦା ଲଢ଼ି ଆସୁଥିବା ମା ମାଝି ଗୋୖରୀ ସି.ଵି.ଓ ସେକ୍ରେଟାରୀ ଶିଶିର କାନ୍ତ ମହାପାତ୍ର(ପିଙ୍କି)ଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ରାୟଗଡା ଜିଲ୍ଲାରେ ସ୍କୁଲ ମାନଙ୍କ ପଟା ବାଣ୍ଟି ରେକର୍ଡ ସୃଷ୍ଟି କରିଥିବା ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକଙ୍କୁ ମଞ୍ଚ ଉପରେ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କିଡ୍ସ ଗୀ ପବ୍ଲିକ୍ ସ୍କୁଲର ଚେୟାରମ୍ଯାନ ତଥା ବରିଷ୍ଟ ସାମ୍ବାଦିକ ଶ୍ରୀ ଜିତେନ୍ଦ୍ର କୁମାର ଶତପଥୀ ପରିଚାଳନା କରିଥିବା ବେଳେ, ଜଗନ୍ନାଥ ମହାନ୍ତି, ପ୍ରେମ କର, ଜୟ ମହାପାତ୍ର, ଦୀପକ ପଣ୍ଡା, ସୁନୀଲ ସାବତ, ମନୋଜ ଦାସ ପ୍ରମୁଖ ସହୋଯାଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଓଡ଼ିଶୀ ନୃତ୍ୟ ଗୁରୁ ଶୁଶ୍ରୀ ସସ୍ମିତା ପଣ୍ଡାଙ୍କ ଓଡ଼ିଶୀ ନୃତ୍ୟ ସହ ଆର୍ଟ ଏଣ୍ଡ କଲଚର୍ ଓ କିଡସ୍-ଗୀ ଅନୁଷ୍ଠାନ ପକ୍ଷରୁ ଆସିଥିବା କୁନିକୁନି କଳାକାରଙ୍କ ନୃତ୍ୟ ଉପସ୍ଥିତ ଅତିଥିମାନଙ୍କ ମନମୋହି ଥିଲା । ଶେଷରେ ଵିରାଜିନୀ ଶବର କାର୍ଯ୍ୟକ୍ରମର ଅନ୍ତିମ ସଙ୍ଗୀତ ଗାନ କରିଥିଲେ ଏବଂ ଓ.ଉ.ଡଵ୍ଲୁ.ଜେର ରାଜ୍ୟ ସଭାପତି ଓ ଜିଲ୍ଲା ସଭାପତି ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ମାନପତ୍ର ବଣ୍ଟନ କରିଥିଲେ । ପରିଶେଷରେ ଶ୍ରୀ ଜଗନ୍ନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।