ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁରରେ ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଓ ତହସିଲ କାର୍ଯ୍ଯାଳୟ ଆଗରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିସହ ୨୦ ଦଫା ଦାବି ସମ୍ପର୍କିତ ଏକ ସ୍ମାରକ ପତ୍ର ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଛି l ପୂର୍ବରୁ ନୂଆ ବସ ଷ୍ଟାଣ୍ଡ ଠାରୁ ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭାର କେନ୍ଦ୍ରୀୟ ଉପସଭାପତି ତ୍ରିପତି ଗମାଙ୍ଗଙ୍କ ନେତୃତ୍ବରେ ଶତାଧିକ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରାରେ ବାହାରି ପ୍ରଥମେ ବ୍ଲକ କାର୍ଯ୍ୟାଳୟ ନିକଟରେ ପହଁଚି ଥିଲେ I ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୨୦ ଦଫା ଦାବି ସମ୍ପର୍କିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଅନୁରୂପ ଭାବେ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ୨୦ ଦଫା ଦାବି ସମ୍ପର୍କିତ ଏକ ସ୍ମାରକ ପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ସମସ୍ତ ଅନଧିକୃତ ବସତି ଗୁଡିକର ସମ୍ପୂର୍ଣ୍ଣ ସର୍ଭେ କରି ଏବଂ ନୂତନ ଗୃହ ନିୟମ ପ୍ରସ୍ତୁତ କରିବା, ବିକଳ୍ପ ବ୍ୟବସ୍ଥା ବିନା ଘର ଭାଙ୍ଗିବା ବନ୍ଦ କରିବା, କୃଷି ଏବଂ ଗ୍ରାମୀଣ ଶ୍ରମିକମାନଙ୍କ ପାଇଁ ଏକ କେନ୍ଦ୍ରୀୟ ନିୟମ ପ୍ରଣୟନ କରିବା ଓ ସର୍ବନିମ୍ନ ମଜୁରୀ ବୃଦ୍ଧି ଏବଂ ଏହାର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ଏକ ବ୍ୟବସ୍ଥା ନିଶ୍ଚିତ କରିବା, ସର୍ବନିମ୍ନ ଦୈନିକ ମଜୁରୀ ୬୦୦ ଟଙ୍କା କରିବା, ଖାଦ୍ୟ ସାମଗ୍ରୀ ଉପରୁ ଜିଏସଟି ବନ୍ଦ କରିବା, ସମସ୍ତ ବୃଦ୍ଧ, ଭିନ୍ନକ୍ଷମ ମାନଙ୍କ ମାସିକ ଭତ୍ତା ୩୦୦୦ ଟଙ୍କା କରିବା, ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ସହାୟତା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଭଳି ୨୦ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା I