ଅନୁସନ୍ଧାନ ଭାରତ(ବ୍ୟୁର): ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଆରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶିକ୍ଷା ବିକାଶ ସମିତି ସଭାପତି ଡ଼. କିଶୋର ଚନ୍ଦ୍ର ମହାନ୍ତି ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ଘୁମୁସର ଜିଲ୍ଲା ସଂଘ ଚାଳକ ଶ୍ରୀଯୁକ୍ତ ବନମାଳୀ ଗୌଡ଼, ଦକ୍ଷିଣ ପୂର୍ବ ସମ୍ଭାଗ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ବିଷୋୟୀ, ସମ୍ଭାଗ ସଂଯୋଜକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଫୁଲବାଣୀ ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ରଞ୍ଜନ କୁମାର ପ୍ରଧାନ, ଗଞ୍ଜାମ ବିଭାଗ ନିରୀକ୍ଷକ ସରୋଜ କୁମାର ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ଼.ପ୍ରଦୀପ କୁମାର ପଟ୍ଟନାୟକ, ସମ୍ପାଦକ ପଦ୍ମନାଭ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଗାମୀ ୧୦ ତାରିଖରେ ସମାପ୍ତ ହେବ । ଦକ୍ଷିଣ ପୂର୍ବ ସମ୍ଭାଗର ୪୦ ଗୋଟି ଶିଶୁ ବିଦ୍ୟା ମନ୍ଦିରରୁ ୧୦୫ ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଛନ୍ତି । ପ୍ରଶିକ୍ଷକ ଭାବେ ଶିବରାମ ପ୍ରଧାନ, ନାରାୟଣ ପତି, ଉତ୍ତମ କୁମାର ମହାରଣା, ଶ୍ରୀନିବାସ ପ୍ରଧାନ, ସଂଗ୍ରାମ କେଶରୀ ମହାନ୍ତି, ପ୍ରଶିକ୍ଷିକା ଭାବରେ ମଞ୍ଜୁଳା ସେଠୀ, ରୀତା ମହାରଣା, ରଶ୍ମିତା ପାଣିଗ୍ରାହୀ, ଗାୟତ୍ରୀ ପଣ୍ଡା, ପୂର୍ଣ୍ଣତୋୟା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ I ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମହାପାତ୍ର ପରିଚାଳନା କରୁଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।