ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବ୍ଳକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଳଷ୍ଟର ସ୍ତରୀୟ ” ଆମ ସଂସ୍କୃତି ଆମ ଖେଳନା ୨୦୨୨-୨୩ ” କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସଂସ୍କୃତି ରତ୍ନ ନାରାୟଣ ମହାରଣା, ସମ୍ମାନିତ ଅତିଥି ରୂପେ ଏବିଇଓ ଜୋତ୍ସା ଦେବୀ, ନାଟ୍ୟକାର ଆଦିକନ୍ଦ ଗୌଡ, ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ଅରୁଣ ବ୍ରହ୍ମା, ପ୍ରଧାନ ଶିକ୍ଷୟିତ୍ରୀ ରତ୍ନାପ୍ରଭା ଦାଶ, କୁମ୍ଭ କାରିଗର ମନୋଜ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ, କଳାକାର, କାରିଗରମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖି ଥିଲେ I ସି.ଆର୍.ସି.ସି ସନ୍ତୋଷ କୁମାର ସାହୁ, ଦେବୀ ପ୍ରସାଦ ଦାଶ, ରାଘବ ନାୟକ, ବିଭୁ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ I ଓଡିଶାର ଚାଲିଚଳଣି ତଥା ସଂସ୍କୃତିକୁ ଭିତ୍ତି କରି ଅଂଶଗ୍ରହଣକାରୀମାନେ ନାନା ଚିତ୍ର, ମୃତ୍ତିକା କଣ୍ଢେଇ, କାଠ, ରଙ୍ଗିନ୍ କାଗଜ ଆଦିରେ ନାନା ଉପକରଣ ତଥା ନାନା ବର୍ଜ୍ୟବସ୍ତୁରୁ ପିଲାଙ୍କୁ ଆକୃଷ୍ଟ କଲାପରି ଏବଂ ଶିକ୍ଷାଦାନରେ ବ୍ୟବହାର ଉପଯୋଗୀ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ସହ ରଙ୍ଗ ଦେଇ ପ୍ରଦର୍ଶନ କରିଥିଲେ I ଶେଷରେ ଶିକ୍ଷକ ନିର୍ମଳ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ I