ଗଞ୍ଜାମ ଜିଲ୍ଲା ବିଶ୍ବକର୍ମା ସମାଜର ୨୨ ତାଲୁକା ସାଧାରଣ ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ବିଶ୍ବକର୍ମା ଜାତି ସମାଜର ପ୍ରତ୍ୟେକ ପରିବାର ମଧ୍ୟରେ ସୁସମନ୍ୱୟ ଓ ସହଯୋଗ ରହିଲେ ଆମ ବିଶ୍ବକର୍ମା ସମାଜର ଉନ୍ନତି ହେଇ ପାରିବ। ଏହାସହ ଆମ ମାନଙ୍କ ମଧ୍ୟରେ ଆମର ଉତ୍ତର ପିଢିଙ୍କ ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ହେବ ବୋଲି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ମୁନିସୀପାଲଟି ଅନ୍ତର୍ଗତ ବଇଁଚବଣିଆ ସ୍ଥିତ ସାଇ ମନ୍ଦିର ପରିସରରେ ମଙ୍ଗଳବାର ଗଞ୍ଜାମ ଜିଲ୍ଲା ବିଶ୍ବକର୍ମା ସମାଜ ତରଫରୁ ସଭାପତି ଅଜୟ କୂମାର ମହାରଣାଙ୍କ ସଭାପତିତ୍ବରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ଗଞ୍ଜାମ ଜିଲ୍ଲା ବିଶ୍ବକର୍ମା ସମାଜ, ଗଞ୍ଜାମ ଜିଲ୍ଲା ୧୦ ତାଲୁକା ସଂଗଠନ ଓ ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ବିଶ୍ଵକର୍ମା ସମାଜର ବରିଷ୍ଠ ବ୍ୟକ୍ତିମାନେ ଦଳିତ ଓଡିଶା ବିଶ୍ବକର୍ମା ସମାଜ (ବଢେଇକୁଳ)ସଂଗଠନର ଏକପାଖିଆ ନୀତିନିୟମକୁ ନିନ୍ଦା ପ୍ରସ୍ତାବ ସହ ଦୃଢ ପ୍ରତିବାଦ କରିଥିଲେ । ଉପବିଧିର ନିୟମାବଳୀକୁ ଦୃଷ୍ଟି ଦେଇ କିଭଳି ସମାଜର ଶିକ୍ଷା ସ୍ୱାସ୍ଥ୍ୟର ବିକାଶ ସହ ଆଗାମୀ ପିଢିର ଉନ୍ନତି ନେଇ ଆଲୋଚନା କରାଯାଇଥିଲା । ସମସ୍ତଙ୍କ ମଧ୍ୟରେ ସୁ ସମନ୍ୱୟ ଓ ସହଯୋଗ ହେଲେ ସମାଜର ଉନ୍ନତି ହେବା ନେଇ ବରିଷ୍ଟ ବ୍ୟକ୍ତିମାନ ମତବ୍ୟକ୍ତ କରିଥିଲେ । ଏହି ସାଧାରଣ ବୈଠକ ଅବସରରେ ବିଶ୍ବକର୍ମା ସମାଜ ୩୪ ତାଲୁକା ସହ ସମସ୍ତ ତାଲୁକାର ମତାମତ ସଂଗ୍ରହ କରି ଆଗାମୀ ଦିନରେ ମହାସଭା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶେଷରେ ସାଇ ପ୍ରଭୁଙ୍କୁ ପ୍ରତିଷ୍ଟାତା ଦୁଖିଶ୍ୟାମ ମହାରଣାଙ୍କ ସହାୟତାରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ତାଲୁକା ରାଜଶ୍ରୀ ପୁର୍ଣଚନ୍ଦ୍ର ମହାରଣା, ରାଜଶ୍ରୀ ଉପେନ୍ଦ୍ର ମହାରଣା, ରାଜଶ୍ରୀ ଗୋବିନ୍ଦ ଚନ୍ଦ୍ର ମହାରଣା, ରାଜଶ୍ରୀ ପଦ୍ମଚରଣ ମହାରଣା, ରାଜଶ୍ରୀ କୃଷ୍ଣଚନ୍ଦ୍ର ମହାରଣା, ରାଜଶ୍ରୀ ତ୍ରିନାଥ ମହାରଣାଙ୍କ ସହ ତାଲୁକା କର୍ମକର୍ତ୍ତା ଗୌରାଙ୍ଗ ମହାରଣା, ଶ୍ରୀନିବାସ ମହାରଣା, କୈଳାଶ, ଦୟାନିଧି, ନିଳାଚଂଳ ,ପଦ୍ମଚରଣ, ଚନ୍ଦ୍ରଶେଖର,ସଞ୍ଜିବ,ଜିତେନ୍ଦ୍ର,ଵାବୁ, ସନ୍ୟାସି ,ମୃତ୍ୟୁଞ୍ଜୟ, ସୁନିଳ ,ସଦାନନ୍ଦ, ଶୁସାନ୍ତ ମହାରଣାଙ୍କ ସହ ସମସ୍ତ ତାଲୁକା ମୁଖ୍ୟ, ସଭାପତି, ସମ୍ପାଦକ, ଉପଦେଷ୍ଟା, ରାଜଶ୍ରୀ, ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ଥିଲେ ।