ହିଞ୍ଜିଳିକାଟୁ ଠାରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୬ତମ ଶ୍ରାଦ୍ଧ ଦିବସ ହିଞ୍ଜିଳିକାଟୁ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଜୁ ପ୍ରେମୀ ଓ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ । କାର୍ଯ୍ୟକର୍ତ୍ତାମାନେ ସହରର ବିଭିନ୍ନ ସ୍ଥାନରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ସ୍ଥାନେ ସ୍ଥାନେ ପଥପ୍ରାନ୍ତ ସଭାର ଆୟୋଜନ କରି ଥିଲେ । ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ, ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ବରିଷ୍ଠ ନେତା ଡି. ବିଶ୍ଵନାଥ, ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଗ୍ରିଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ବ୍ଲକ ଯୁବ ବିଜେଡ଼ି ସଭାପତି ମନୋଜ କୁମାର ସାବତ, ପୂର୍ବତନ କାଉନସିଲର ଯୁଧିଷ୍ଠିର ସ୍ୱାଇ, ମାନସ ରଞ୍ଜନ ବେହେରା, ଯୁବ ନେତା ସଂସ୍କାର ପଟ୍ଟନାୟକ, ବରିଷ୍ଠ ନେତା ଅଜୟ ମହାରଣା, ପ୍ରଦୀପ କୁମାର ପଣ୍ଡା, ରଞ୍ଜିତ ବାଡତ୍ୟା ପ୍ରମୁଖଙ୍କ ସମେତ ବିଜେଡ଼ିର ବହୁ ନିର୍ବାଚିତ ପୌର ଏବଂ ପଞ୍ଚାୟତ ପ୍ରତିନିଧି, ଜିଲ୍ଲା ପରିଷଦ ସଭ୍ୟ, ଶତାଧିକ କର୍ମୀ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।