ଅନୁସନ୍ଧାନ ଭାରତ(ବ୍ୟୁର): ଲାଞ୍ଜିଗଡ଼ ବ୍ଲକ ବିଜେଡି ପକ୍ଷରୁ ବିଶ୍ୱନାଥପୁର ବିଜୁଜନତା ଦଳ କାର୍ଯ୍ୟାଳୟ ଠାରେ ବିଜୁବାବୁଙ୍କର ତିରୋଧାନ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେ଼ଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହାନ ଜନନାୟକ, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ ହୋଇଯାଇଛି । ଏଥିରେ ପୂର୍ବତନ ଉପାଧ୍ୟକ୍ଷ ତଥା ପାହାଡ଼ପଦର ସମିତି ସଭ୍ୟ ଜଗଦୀଶ ବେନିଆ, ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝୀ, ସମିତି ସଭ୍ୟ ଅଜିତ ପ୍ରଧାନୀ, ମନୋରଂଜନ ବିଶି, ମିଡ଼ିଆ ସେଲ ସଭାପତି ସନ୍ତୋଷ କୁମାର ତୁଳ, ଜିଲ୍ଲାପରିଷଦ ପ୍ରତିନିଧି ବନମାଳୀ ମାଝୀ, ବିଜେଡ଼ି ନେତା ବନମାଳୀ ଦଳେଇ, କୃଷ୍ଣ ଚନ୍ଦ୍ର ଘଡେ଼ଇ, ଜଗବନ୍ଧୁ ପ୍ରଧାନୀଙ୍କ ସମେତ ସମସ୍ତ ବିଜେଡି ନେତା ଓ କର୍ମୀ ଉପସ୍ଥିତ ରହି ବିଜୁପଟ୍ଟନାୟକ ଫୋଟ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସ୍ମୃତିଚାରଣ କରିଥିଲେ । ରାଜ୍ୟର ସର୍ବାଙ୍ଗୀନ ଉନ୍ନତି, ଓଡ଼ିଆ ସ୍ବାଭିମାନର ସୁରକ୍ଷା ସହ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବାରେ ତାଙ୍କର ଅତୁଳନୀୟ ଅବଦାନ ସର୍ବଦା ଲୋକଙ୍କ ହୃଦୟରେ ସ୍ମରଣୀୟ ହୋଇ ରହିବେ ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ ।