ସମ୍ମାନ ଜନକ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବରିଷ୍ଠ ଶିକ୍ଷାବିତଙ୍କ ପରଲୋକ….

ଅନୁସନ୍ଧାନ ଭାରତ(ବ୍ୟୁର): ବରିଷ୍ଠ ଶିକ୍ଷାବିତ ତଥା ଅବସରପ୍ରାପ୍ତ ଶିକ୍ଷକ କିଶୋର ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି । ଶନିବାର ପୂର୍ବାହ୍ନରେ ତାଙ୍କର ହିଞ୍ଜିଳିକାଟୁ ସ୍ଥିତ ବାସଭବନରେ ୮୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ଜନିତ ରୋଗରେ ପୀଡିତ ଥିଲେ । କିଶୋର ଚନ୍ଦ୍ର ପଟ୍ଟନାୟକ ପ୍ରାଥମିକ ଶିକ୍ଷକ ଭାବରେ ସ୍ଥାନୀୟ ଅଞ୍ଚଳର ଅନେକ ବିଦ୍ୟାଳୟରେ କାର୍ଯ୍ୟ କରିବା ସହ ଶ୍ରେଷ୍ଠ ଶିକ୍ଷକ ଭାବରେ ୧୯୯୨ ମସିହାରେ ସମ୍ମାନ ଜନକ ରାଜ୍ୟପାଳ ପୁରସ୍କାର ଲାଭ କରିଥିଲେ । ଅବସର ଗ୍ରହଣ କରିବା ପରେ ସେ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସହ ସଂଶ୍ଲିଷ୍ଟ ଥିଲେ । ପୂର୍ବରୁ ସେ ସ୍ଥାନୀୟ ଗୀତା ମନ୍ଦିରର ସଭାପତି ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ । ଶ୍ରୀ ପଟ୍ଟନାୟକ ଜଣେ ସ୍ପଷ୍ଟବାଦୀ ବ୍ୟକ୍ତି ଥିଲେ । ମୃତ୍ୟୁ ସମୟରେ ତାଙ୍କର ୩ ପୁତ୍ର ଓ ଝିଅ ଉପସ୍ଥିତ ଥିଲେ । ହିଞ୍ଜିଳିକାଟୁ ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ, ବିଶିଷ୍ଟ ସମାଜସେବୀ ଶିବରାମ ପଟ୍ଟନାୟକ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଓଡ଼ିଶା ମୋ ପରିବାରର ସାଧାରଣ ସମ୍ପାଦକ ନିଳମଣୀ ପଟ୍ଟନାୟକ, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ କାଉନସିଲର କିରଣ କୁମାର ପଟ୍ଟନାୟକ, ବରିଷ୍ଠ ନେତା ପ୍ରଦୀପ ପଣ୍ଡା, ପ୍ୟାରୀ ମୋହନ ପାଢ଼ୀ, ଯୁବନେତା ସଂସ୍କାର ପଟ୍ଟନାୟକ ପ୍ରମୁଖଙ୍କ ସହ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବି ତାଙ୍କ ଶେଷ ଦର୍ଶନ କରିବା ସହ ଶବାଧାରରେ ସାମିଲ ହୋଇଥିଲେ । ସ୍ଥାନୀୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା ।