ଗୁଣପୁର ବିଜୁ ଜନତା ଦଳ ପକ୍ଷରୁ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ଠାରେ ପାଲିତ ହୋଇଛି ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ I ଏହି ଅବସରରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ ନେତୃତ୍ୱରେ ଏକତ୍ରିତ ହୋଇ ଗୁଣପୁର ନୂତନ ବସ୍ ଷ୍ଟାଣ୍ଡ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନୂତନ ବସଷ୍ଟାଣ୍ଡରୁ ବାହାରି ଶାନ୍ତି ପୂର୍ଣ୍ଣ ଭାବେ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ସେଠାରେ ଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ଜନତାର ବ୍ଲକ୍ ଯୁବ ସଭାପତି ବସା ଶତପଥୀ, ନଗର ଯୁବ ସଭାପତି ରାମ ପଣ୍ଡା, ଜିଲ୍ଲା ଯୁବ ସଭାପତି ପୀଙ୍କୁ ପଣ୍ଡା, ଛାତ୍ର ସଭାପତି କିରଣ କୁମାର, ଅଶ୍ଵିନୀ ଗମାଙ୍ଗ, ସାନ ବାଉରୀ, ରିଣ୍ଟୁ ଦାସ, ବାବା ପ୍ରସାଦ, ସୁଦ୍ଧା ଶତପଥି, ଆଇନଜୀଵି ରାଜେନ୍ଦ୍ର ପାଢ଼ୀ, ରମେଶ ଲିମା, ଗଣେଶ ପଣ୍ଡା, ପ୍ରମୁଖ ଥିବା ବେଳେ ଗୁଣପୁର ବିଜୁ ଜନତା ଦଳର ଶତାଧିକ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପାଳନ କରିଥିଲେ ।