ଅନୁସନ୍ଧାନ ଭାରତ (ବ୍ୟୁର): ରାମ ନବମୀ ଉପଲକ୍ଷେ ରାୟଗଡ଼ା ଜିଲ୍ଲାର ଗୁଣପୁର ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ନିକଟରେ ଥିବା ରାମ ମନ୍ଦିର ପରିସରରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଶ୍ରୀରାମ ଭକ୍ତ ସାମ୍ମୁଖ୍ୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧୂକ ରାମ ଭକ୍ତ ଯୋଗ ଦେଇ ଥିଲେ I ଜୟ ଶ୍ରୀରାମ ନାରା ଓ ବାଣ ଶବ୍ଦରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। ହିନ୍ଦୁ ଏକତାର ବାର୍ତ୍ତା ନେଇ ଶୋଭାଯାତ୍ରାଟି ପୁରୁଣା ଗୁଣୁପୁର ଛକ ଦେଇ ବାଇପାସ୍ ଛକ, ଶାନ୍ତି ନଗର ଛକ, ଥାନାଛକ ହୋଇ ବଳରାମ ନଗର ଛକ, ନୂଆ ବସଷ୍ଟାଣ୍ଡ ହୋଇ ପୁରୁଣା ବସଷ୍ଟାଣ୍ଡ ଦେଇ ପୁଣି ରାମ ମନ୍ଦିରକୁ ପହଞ୍ଚିଥିଲା । ଦଳମତ ଗୋଷ୍ଠୀ ନିର୍ବିଶେଷରେ ଏହି ଶୋଭାଯାତ୍ରାରେ ଶତାଧୂକ ସଂଖ୍ୟାରେ ରାମଭକ୍ତ ଏକାଠି ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପୌର ପରିଷଦ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ, କଳିଙ୍ଗ ଯୁବ ବୈଶ୍ୟ ସଂଘର ସଭାପତି ଲାଡି ଇଶ୍ବର ରାଓ, ସମ୍ପାଦକ ଏସ. ବାବା ପ୍ରଶାଦ, ଉମା ଦାସ, ରାମ ପଣ୍ଡା, ସୁନିଲ୍ ସାବତ, ରଞ୍ଜିତ ପାଢ଼ୀ, ପ୍ରତାପ ଯୋଗୀ, ସୁବୁଦ୍ଧି ନବୀନ, ଅମର ସାହୁ, ଟିଙ୍କୁ ଖୁସି ପଣ୍ଡା, ଦିଲିପ ପଣ୍ଡା, ଶ୍ରୀନିବାସ ସ୍ବାଇଁ,ଡଃ.ପ୍ରଶାନ୍ତ ହୋତା, ଚିନ୍ମୟ ପାଣିଗ୍ରାହୀ, ଟୁଟୁ ମହାପାତ୍ର, ସୋମନାଥ ମହାନ୍ତି, ସୁଜିତ୍ ଶତପଥି ପ୍ରମୁଖ ଭାଗ ନେଇଥିଲେ I