ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଟିକାବାଲି ସ୍ଥିତ ତେଙ୍ଗାଡା ପଥର ଠାରେ ଥିବ ସେଣ୍ଟ ଜନ ଇଂଲିଶ ମିଡିୟମର ପ୍ରଥମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରରେ ନିମନ୍ତ୍ରିତ ଅତିଥି ଦିଲୀପ କହଁର (ଟିକାବାଲି ସମିତି ଅଧକ୍ଷ), ଏବିଇଓ ପ୍ରଦୀପ୍ତ କୁମାର ନାୟକ,ଟିଚର ଓଏଭି ଟିକାବାଲି ରୁଦ୍ରନାରାୟଣ ଷଡ଼ଙ୍ଗୀ, ପ୍ରମୁଖଙ୍କୁ ପାରମ୍ପରିକ ଲୋକକାଳକାର ସଂଘ ସଭାପତି କ୍ରିଷ୍ଣା ଚନ୍ଦ୍ର ଦିଗାଳଙ୍କ ନେତୃତ୍ୱରେ ମା ବନଦେବୀ କଳା ପରିଷଦ, ତେଙ୍ଗାଡାଗାଡୁ କଳାକାରଙ୍କ ଦ୍ୱରା ଚାଙ୍ଗୁ ବଜେଇ ବଡ଼ ପଟୁଆରରେ ମୁଖ୍ୟ ରାସ୍ତାରୁ ଷ୍ଟେଜକୁ ପାଛେଟି ଅଣାଯାଇଥିଲା I ଏହା ପରେ ଅତିଥିଙ୍କୁ ଚାଙ୍ଗୁ ବଜେଇ ହୁଳହୁଳି ଦେଇ ମୁଖ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଅତିଥି ବୃନ୍ଦ ପାଠ ପଢ଼ାର ଓ ଖେଳ ଖୁଦର ମହତ୍ୱ ସମ୍ପର୍କରେ ଅତିଚିତା କର୍ଷକ ଭାବରେ ବକ୍ତ୍ୟବ୍ୟ ପ୍ରଦାନ କରିଥିଲେ I ଯାହାକି ଅଭିଭାବକମାନଙ୍କୁ ବେଶ ଆକର୍ଷିତ କରିଥିଲା l
ଶେଷରେ କୃତିପ୍ରତିଯୋଗୀମାନଙ୍କ ମଧ୍ୟରୁ କୁମାର ସୂର୍ଯ୍ୟଭାନୁ ଡିଗାଲ, ରୁଚିସ୍ମିତା କହଁର, ତନ୍ମୟ ଭୋଇ, ଅମ୍ବ୍ରିତ ମହାପାତ୍ର, ଅଂଶୁ କୁମାର ଭୋଇ, ଶସ୍ତିକ କୁମାର ଭୋଇ, ଶିବାନ୍ୟା ଡିଗାଲଙ୍କ ସମେତ ବହୁ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରା ଯାଇଥିଲା l ଶେଷରେ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ମନଲୋଭା ସାଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସ୍କୁଲର ପ୍ରିନସିପାଲ ରଂଜିତ ଡିଗାଲଙ୍କ ସମେତ କଲ୍ୟାଣୀ ପ୍ରଧାନ, ଅସ୍ମିତା ଡିଗାଲ, ସସ୍ମିତା ଦଳ ବେହରା, ଫିରଜ ଡିଗାଲ, କାଁହୁ ବେହରା, ଆକାଶ ନାୟକ ପ୍ରମୁଖ ଶିକ୍ଷକ ଓ ଶିକ୍ଷୟତ୍ରୀ ପାରୁପର୍ଯ୍ୟନ୍ତ ଚେଷ୍ଟା କରି ଥିଲେ I ଏହି ବାର୍ଷିକ ଉତ୍ସବ ପ୍ରଥମ ଥର ଅନୁଷ୍ଠିତ ହୋଇଥିବାରୁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା l