ଗାଇ ଗୁହାଳ ପାଲଟିଛି ରାଜରାସ୍ତା: ସହରର ମୁଖ୍ଯ ରାସ୍ତା ଓ ରାଜ୍ୟରାଜ ରାସ୍ତାରେ ପଲ ପଲ ଗାଈଗୋରୁ, ଥରେ ପ୍ରଚାର କରି ଦାୟୀତ୍ୱ ସାରି ଦେଇଛି ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ସହର ଦେଇ ଯାଇଥିବା ରାଜ୍ଯ ରାଜପଥ ସହିତ ସାହିଗଳି ଓ ସହରର ମୁଖ୍ୟ ରାସ୍ତା ଉପରେ ବର୍ଷ ବର୍ଷ ଧରି ପଲପଲ ଗାଈଗରୁ ଶୋଇବା ଦ୍ୱାରା ବହୁ ସମସ୍ୟା ଦେଖା ଦେଇଛି I ଫଳରେ ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ହେବା ସହିତ ରାସ୍ତା ଘାଟ ଅପରିଷ୍କାର ହେବାକୁ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇ ଆସୁଛି । କିନ୍ତୁ ଥରୁଟିଏ ପ୍ରଚାର କରି ନିଜର ଦାୟୀତ୍ୱ ସାରି ଦେଇଛି ବିଜ୍ଞାପିତ ଅଞ୍ଚଳ ପରିଷଦ I ରାଜରାସ୍ତାକୁ ଗାଈ ଗୁହାଳରେ ପରିଣତ କରୁଥିବା ମାଲିକମାନେ କେବଳ ଖିର ଦୁଇଁଲା ବେଳେ ଗୁହାଳରେ ରଖୁଥିବା ବେଳେ ବାକି ସମୟ ଛାଡି ଦିଅନ୍ତି ବାହାରକୁ । ଏନଏସି ତରଫରୁ କୌଣସି କାଯ୍ଯାନୁଷ୍ଠାନ ନହେବା ଫଳରେ ଏହି ସମସ୍ଯା ଦିନକୁ ଦିନ ବଢିବାରେ ଲାଗିଛି ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି । ଏନଏସି ତରଫରୁ ନୂଆ ପରିଷଦ ଗଠନରେ କେବଳ ଏହାକୁ ନେଇ ଗୋଟିଏ ଥର ଡାକବାଜି ଯନ୍ତ୍ର ମାଧ୍ୟମରେ ପଚାର କରି ନିଜ ଦାଇତ୍ୱ ସାରି ଦିଅନ୍ତି ଏନଏସି କର୍ତୁପକ୍ଷ । ଏହାର ପ୍ରଭାବରେ ଏବେ ଘୁ.ଉଦୟଗିରି ସହରର ମୁଖ୍ଯ ରାସ୍ତା ବନ୍ଧଛକ, ପ୍ରଧାନ କଲୋନୀ, ପଦାସାହି, ମହାଗୁଡାସାହି, ଗେଲାସାହି, ସଖଂସାହି ପ୍ରଭ୍ରୁତି ବିଭିନ୍ନ ସ୍ଥାନରେ ପଲପଲ ଗାଇଗୋରୁ ଶୋଇ ରହୁଥିବା ବେଳେ ଦୁର୍ଘଟଣା ଆଶକାଂ ଦେଖାବା ସହ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିବାର ଦେଖା ଦେଇଛି । ଏନଏସି ତରଫରୁ କୌଣସି କାଯ୍ଯାନୁଷ୍ଠାନ ନହେବା ସହିତ ଏହି ଘଟଣା କୁ ଗୁରୁତ୍ବ ନଦେବା ଦୁଖର ବିଷୟ ବୋଲି ବୁଦ୍ଧିଜୀବୀ କହିଛନ୍ତି । ତେଣୁ ଏହି ସମସ୍ଯାର ଯଥା ସମ୍ଭବ ସମାଧାନ ପାଇଁ ଗୁରୁତ୍ବ ଦେବା ସହିତ ଦ୍ରୁଷ୍ଟାନ୍ତମୂଳକ କାଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।