ଲାଞ୍ଜିଗଡ଼ ଦିନିକିଆ ଗସ୍ତରେ ପଶ୍ଚିମ ଓଡ଼ିଶାର ବିକାଶ ପରିଷଦର ଅଧ୍ୟକ୍ଷ ଅଶିତ ତ୍ରିପାଠୀ…..

ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକକୁ ଆଜି ଦିନିକିଆ ଗସ୍ତରେ ଆସିଛନ୍ତି ପଶ୍ଚିମ ଓଡ଼ିଶାର ବିକାଶ ପରିଷଦର ଅଧ୍ୟକ୍ଷ ଅଶିତ ତ୍ରିପାଠୀ I ଏହି ସମୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅନୁଧ୍ୟାନ କରିବା ସହ ପଶ୍ଚିମ ଓଡ଼ିଶାର ବିକାଶ ପାଣ୍ଠିରୁ ଦିଆଯାଇଥି ବିଶ୍ଵନାଥପୁର ଠାରେ ନିର୍ମାଣଧିନ କଲ୍ୟାଣ ମଣ୍ଡପ ପରିଦର୍ଶନ କରି ବିଭିନ୍ନ ଯୋଜନା ମାଧ୍ୟମରେ ହେଉଥିବା ଉନ୍ନୟନ କାର୍ଯ୍ୟକୁ ମଧ୍ୟ ତଦାରଖ କରିଛନ୍ତି । ପଶ୍ଚିମ ଓଡ଼ିଶାର ବିକାଶ ପରିଷଦର ଅଧ୍ୟକ୍ଷ ଅଶିତ ତ୍ରିପାଠୀଙ୍କ ସହ ସିଇଓ ଡଃ ଅଜିତ କୁମାର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ I ଏହି ପରିପ୍ରେକ୍ଷୀରେ ଜିଲ୍ଲା ପାଳ ପିଅନ୍ଵେଶା ରେଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ପୂର୍ବତନ ଲାଞ୍ଜିଗଡ ବିଧାୟକ ଶିବାଜୀ ମାଝୀ, ପୂର୍ବତନ ଉପାଧ୍ୟକ୍ଷ ଶ୍ରୀଧରି ପେସନିଆ, ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ୍, ହରିଶଙ୍କର ପାତ୍ର, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ଉପସ୍ଥିତ ରହି ଅଧ୍ୟକ୍ଷ ଓ ସିଇଓ ଙ୍କୁ ସ୍ଵାଗତ କରି ପରିଦର୍ଶନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।