୨୦୨୨-୨୩ ଦଶମନ୍ତ ପୁର ବ୍ଳକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ କାର୍ଯ୍ୟାଳୟଠାରେ ଆଜି ସମସ୍ତ ସିଆର୍ସି ଏବଂ ଏମବିକେ ମାନଙ୍କ ଦ୍ଵାରା ଭିନ୍ନ ଭିନ୍ନ ଗ୍ରାମର ଶତାଧିକ ବେକାର ଯୁବା ଯୁବତି ମାନଙ୍କୁ ନେଇ ୨୦୨୨-୨୩ ର ବ୍ଳକ ସ୍ତରୀୟ ତାଲିମ ପରାମର୍ଶ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ବିଡିଓ ଡମ୍ବୁରୁଦର ମଲ୍ଲିକଙ୍କ ସଭାପତିତ୍ବରେ ହୋଇ ଥିବା ବେଳେ ଏହାକୁ ପରିଚାଳନା କରିଥିଲେ ଓଡିଶା ଜୀବିକା ମିଶନର ବ୍ଳକ ଅଧିକାରୀ ବଟ କୃଷ୍ଣ ସ୍ବାଇଁ I ନିଯୁକ୍ତି ମେଳା ତାଲିମ କାର୍ଯ୍ୟକ୍ରମରେ ଚାରି ଗୋଟି କାଉଣ୍ଟର ଥିବା ବେଳେ ପଞ୍ଚମ ଶ୍ରେଣୀରୁ ଉର୍ଦ୍ଧ ଶ୍ରେଣୀ ପର୍ଯ୍ୟନ୍ତ ନିଜ ନିଜର ଯୋଗ୍ୟତା ଅନୁଯାୟୀ ନାମ ପୁଞ୍ଜିକରଣ କରିଥିବା ଦେଖିବାକୁ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଏସିଓ ଗୌତମ ଖୋସ୍ଲା, ଅନିତା ମହାପାତ୍ର ଜଗନ ରେଡି, ନାଏବ ସରପଞ୍ଚ ଗୈରାଙ୍ଗ ବାଘ ଏବଂ ଏମବିକେ ପ୍ରମୁଖ ଯୋଗଦେଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିବା ଯୁବକ ଓ ଯୁବତୀମାନଙ୍କୁ ଉପଲବ୍ଧ ଥିବା ସରକାରୀ ସୁବିଧା ସମ୍ପର୍କରେ ଅବଗତ କରାଯାଇ ଥିଲା I ପରବର୍ତ୍ତୀ ପର୍ଯ୍ୟାୟରେ କାର୍ଯ୍ୟକ୍ରମ କୁ ପରିସମାପ୍ତି କରା ଯାଇଥିଲା।