ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଏଗାର ଗୋଟି ପଞ୍ଚାୟତକୁ ନେଇ ବ୍ଳକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମନୋଜ କୁମାର ପାଡ଼ିଙ୍କ ନେତୃତ୍ବରରେ ଜନଶୁଣାଣୀ କାର୍ଯ୍ୟକ୍ରମ ହୋଇଥିଲା I ଉକ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂଚାରୁ ରୂପେ ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା I ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ କନ୍ଦମାଳ ଜିଲ୍ଲାପାଳ, ବାଲିଗୁଡା ଉପ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଉପସ୍ଥିତ ରହି ଟିକାବାଲି ବ୍ଳକର ସମସ୍ତ ପଞ୍ଚାୟତବାସୀଙ୍କ ସମସ୍ୟା ବୁଝିବା ସହ ସମାଧାନ ପାଇଁ ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଛନ୍ତି l ଏହା ସହ କନ୍ଧମାଳ ଜିଲ୍ଲାର ଅଧିକାରୀ, ଟିକାବାଲି ସମିତି ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କହଁର, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସାଧବାଣି ନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ, ତହସିଲଦାର ଟିକାବାଲି, ଥାନା ଅଧିକାରୀ, ଟିକାବାଲି ବ୍ଳକର ଏଗାର ଗୋଟି ଗ୍ରାମ ପଞ୍ଚାୟତ ସରପଞ୍ଚମାନେ ଉପସ୍ଥିତ ରହିଥିବା ବେଳେ ବ୍ଳକର ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ସହ ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ପୁଲିସ ବାହିନୀ ମଧ୍ୟ ସହଯୋଗ କରିଥିବା ସୂଚନା ମିଳିଛି I