କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ବାବୁଲି ଗାଁକୁ ପରିଦର୍ଶନ କଲେ ଜିଲ୍ଲାପାଳ ପି ଅନ୍ୱେଶା ରେଡ୍ଡୀ….
ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ବାରବୁଲି ଗାଆଁକୁ ଆଜି ଜିଲ୍ଲାପାଳ ପି ଅନ୍ୱେସା ରେଡ୍ଡୀ ପହଞ୍ଚି ଗ୍ରାମର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଥିଲେ। ବାରବୁଲି ଗାଁର ମହିଳା ଏସଏଚଜି ଗ୍ରୁପ ଦ୍ବାରା ପାଞ୍ଚ ଏକର ଜମିରେ ଷ୍ଟ୍ରବେରୀ ଚାଷ କରୁଥିବା ମହିଳା ମାନଙ୍କ ସହ ଆଲୋଚନା କରିଥିଲେ । ଗାଁ ଠାରେ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଉପରେ ଗୁରୁତ୍ବ ଦେବାକୁ ଲାଞ୍ଜିଗଡ ବିଡ଼ିଓକଙ୍କୁ ଜିଲ୍ଲାପାଲ ନିର୍ଦ୍ଦେଶ ଦେଇଛନ୍ତି । ଆଦିବାସୀ ଜନଜାତି ମହିଳାମାନଙ୍କ ଆର୍ଥିକ ସ୍ଥିତିକୁ ସୂଦ୍ରୃଢ ଓ ସଶକ୍ତିକରଣ କରିବାକୁ କେକେଡିଏ ଲାଞ୍ଜିଗଡ ଓପେଲିପି ଓ ଜନ ସାହାଯ୍ୟ ସଂସ୍ଥାର ମିଳିତ ଉଦ୍ୟମରେ ମାଁ ମଙ୍ଗଳା ଏସଏଚଜି ମହିଳାମାନଙ୍କୁ ୨୮ଲକ୍ଷ ଟଙ୍କାର ପ୍ରକଳ୍ପ ଅନୁମୋଦିତ କରାଯାଇ ଷ୍ଟ୍ରବେରୀ ଚାଷ କରିବାକୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ପ୍ରଥମ କରି ବାରବୁଲି ଗାଁକୁ ଜିଲ୍ଲାପାଳଙ୍କ ପାଦ ପଡିଥିବାରୁ ଅଞ୍ଚଳବାସୀଙ୍କ ମନରେ ଖୁସି ଲହରୀ ଖେଳିଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଚିନ ପାୱାର, ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ଅଧ୍ୟକ୍ଷା କମଳା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପରିକ୍ଷିତ ନାଏକ, କେକେଡିଏ ପ୍ରକଳ୍ପ ସଂଯୋଜକ ଲମ୍ବୋଦର ପ୍ରଧାନ, ଜନସାହାଯ୍ୟ ସଂପାଦିକା ସୀତା ଦେବୀ, କେକେଡିଏ ଯନ୍ତ୍ରୀ ଉମାଶଙ୍କର ଗଉଡ, ଓପେଲିପି ଟିମ ଲିଡର ପରମା ନନ୍ଦ ରଣା, ଲାଇବଲିହୁଡ ରୁରାଲ ଫାଇନାନ୍ସ ଅଫିସର କମ୍ପୁ ଭୁଷଣ ସିଂ, ସିନୋ ରଶ୍ମିତା ବେହେରା, ଏନସି ମୀନା ପାଣିଗ୍ରାହୀ, ସହିତ କେକେଡିଏ ଓ ଜନସାହାଯ୍ୟ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।