ବ୍ଲକ୍ ଅନ୍ତର୍ଗତ ଶିକିରି ଗ୍ରାମ ସ୍ଥିତ ଉଦୟନାଥ ଉଚ୍ଚ ବିଦ୍ୟାଳୟରେ ୩୭ତମ ବାର୍ଷିକ ଉତ୍ସବ ଶୁକ୍ରବାର ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡର ପରାମର୍ଶଦାତା ସୁରେନ୍ଦ୍ରନାଥ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ଏଳା ସୁଦର୍ଶନ, ସରପଞ୍ଚ ସୁରେଶ କୁମାର ବରଡ, ସମାଜସେବୀ ହରିହର ପାଢ଼ୀ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ଶିକିରି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଶାଖା ପରିଚାଳକ ସତ୍ୟାଶିଷ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନବୀନ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲେ । ବିଦ୍ୟାଳୟର ଛାତ୍ରୀ ସୌମ୍ୟାରାଣୀ ଗୌଡ଼ ଏବଂ ସଗୁନ ମଲ୍ଲିକ ମଞ୍ଚ ସଞ୍ଚାଳନ କରିଥିଲେ । ବିଜ୍ଞାନ ଶିକ୍ଷକ ସୀମାଞ୍ଚଳ ମହାରଣା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପୂର୍ବରୁ ବିଦ୍ୟାଳୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କ୍ରୀଡା ଶିକ୍ଷକ ଅରୁଣ କୁମାର ସାମନ୍ତ, ଶିକ୍ଷକ ନରସିଂହ ସାହୁ, ବଳରାମ ବେହେରାଙ୍କ ସମେତ ବିଦ୍ୟାଳୟର ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।