କୁର୍ମୀ କ୍ଷତ୍ରିୟ ସଂସ୍ଥା ଦ୍ୱାରା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାବୃତ୍ତି ପ୍ରଦାନ….

ଅନୁସନ୍ଧାନ ଭାରତ(ବ୍ୟୁର) : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଛାମୁଣ୍ଡା ଠାରେ ନିଖିଳ ଉତ୍କଳ କୂର୍ମି କ୍ଷତ୍ରିୟ ସଂସ୍ଥା, ଛାମୁଣ୍ଡା ଅଞ୍ଚଳର ତରଫରୁ ବାର୍ଷିକ ବୈଠକ ଓ ଶିକ୍ଷାବୃତ୍ତି ପୁରସ୍କାର ବିତରଣ ଉତ୍ସବ ଉପ-ସଭାପତି ଶ୍ରୀଯୁକ୍ତ ଉପେନ୍ଦ୍ର ଭଞ୍ଜ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ କୁଳର ଜାତୀୟ ପତାକାକୁ ଉପସଭାପତି ଉତ୍ତୋଳନ କରିଥିଲେ ଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କୁଳ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୁଳାଧିକାରି ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ନାୟକ ଓ ମୂଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ଗଙ୍ଗାଧର ନାୟକ ଯୋଗ ଦେଇ କୂର୍ମି କ୍ଷତ୍ରିୟ ସଂସ୍ଥା ସ୍ବାସ୍ଥ୍ୟ, ଶିକ୍ଷା ଓ କୃଷି ଉନ୍ନତି ଉପରେ କାର୍ଯ୍ୟ କରୁଥିବାରୁ ଅଞ୍ଚଳ ସଦସ୍ୟମାନଙ୍କୁ ପ୍ରସଂଶା କରିଥିଲେ । ଏହି କାର୍ଯ୍ୟକ୍ରମରେ ବାର୍ଷିକ ବିବରଣୀ ପଠନ କରିଥିଲେ ଅଞ୍ଚଳ ସମ୍ପାଦକ ଶ୍ରୀ ବଂଶୀଧର ନାୟକ । ଏହି କାର୍ଯ୍ୟକ୍ରମରେ ପ୍ରଦେଶ ସଭ୍ୟ ବିକ୍ରମାଦିତ୍ୟ ଆରୁଖ, ସୂର୍ଯ୍ୟନାରାୟଣ ପ୍ରଧାନ, ପ୍ରଦେଶ ଯୁବ ସଭାପତି ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ପ୍ରଧାନ, ସହ ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ ଓ ୭୧ ଗ୍ରାମର କୂର୍ମୀ କ୍ଷତ୍ରିୟ ଗ୍ରାମ୍ୟ ସଭାପତି ଓ ସମ୍ପାଦକମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ଦଶମ ଶ୍ରେଣୀ, ଦ୍ଵାଦଶ ଶ୍ରେଣୀ, ସ୍ନାତକ ଶ୍ରେଣୀର କଳା/ବିଜ୍ଞାନ/ବାଣିଜ୍ୟ ପରୀକ୍ଷାରେ ଅଧିକ ମାର୍କ ଆଣିଥିବା ପ୍ରାୟ ୩୦ ଜଣ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ଓ ଶିକ୍ଷା ବୃତ୍ତି ପ୍ରଦାନ କରାଯାଇଥିଲା । ଶେଷରେ ଭାବସର ସମ୍ପାଦକ ସରୋଜ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।