ଦଶମନ୍ତପୁର ବ୍ଳକରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକରେ ଥିବା ସରକାରୀ ଏବଂ ବେସରକାରୀ କାର୍ଯ୍ୟାନୁଷ୍ଠାନ ଗୁଡିକରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ସଦର ବ୍ଳକ କାର୍ଯ୍ୟାଳୟ ସମ୍ମୁଖଠାରେ ସ୍ଥାନୀୟ ବିଡିଓ ଦମ୍ବରୁଦର ମଲ୍ଲିକ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପତାକା ଉତ୍ତୋଳନ କରିବା ସହ ସ୍ବାଧୀନତା ଦିବସ ଉପଲକ୍ଷେ ଅ ଭିଭାଷଣ ଦେଇଥିଲେ । ସେହିପରି ଆଜି କଲେଜ, ଥାନା, ହାଇସ୍କୁଲ, ଏସ୍ ବି ଆଇ ବ୍ୟାଙ୍କ, ଲ୍ୟାମ୍ପସ୍, ମେଡିକାଲ, ତହସିଲ, ଡ୍ରାଇଭର ସଂଘ, ଏବଂ ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକରେ ଇତ୍ୟାଦି ସ୍ଥାନରେ ପତାକା ଉତ୍ତୋଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ଅରୁଣ କୁମାର ଚେଟୀ, ବ୍ଳକ ଜୋନ କୋଡିନେଟର ଅରୁଣ କୁମାର ରଥିନାୟକ, ଜୋନ- ଏକ ର ଜିଲ୍ଲାପରିଷଦ ଲଳିତା ଜାନୀ, ଜୋନ-ଦୁଇର ଧନପତି ସାଉନ୍ତା, ଏମ୍ ପି ପ୍ରତିନିଧି ରାଜେନ୍ଦ୍ର ହିକକା, ବ୍ଳକ ସଭାପତି ମହେନ୍ଦ୍ର କୁଲଦୀପ, ଆଇଆଇସି ଚନ୍ଦ୍ରଭାନୁମହାନ୍ତି, ତହସିଲଦାର ଅଜୟ ପ୍ରକାଶ ତିର୍କୀ, କଲେଜ ଅଧ୍ୟକ୍ଷ ତ୍ରିନାଥ ପାତିକା, ଓଏଲ୍ଏମ୍ ଅଧିକାରୀ ବୋଟ କୃଷ୍ଣ ସ୍ବାଇଁନ୍, ବିପିସି ବନମାଳି ଖୋସ୍ଲା, ଅତିରିକ୍ତ ବ୍ଳକ ସମାଜ ମଙ୍ଗଳ ଅଧିକାରୀ ଗୌତମ ଖୋସ୍ଲା, ଦଶମନ୍ତପୁର ସମିତି ସଭ୍ୟ ମଧୁସ୍ମିତା ବାଘ, କଂଗ୍ରେସ ସଭାପତି ବେନୁଧର ପାତ୍ର,ଏମ୍ ବି କେ, ସିଆର୍ପି, ସ୍କୁଲ ଛାତ୍ର ଛାତ୍ରୀ, ଜିପିଓ ସ୍ର୍ମୂତିରଞନ ନାୟକ ଏବଂ ଦଶମନ୍ତପୁର ବ୍ଳକ ପିଇଓ ଗଙ୍ଗାଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।