୭୪ ତମ ଗୁଣପୁର ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ମିନିଷ୍ଟାଡିୟମ ଠାରେ ୭୪ ତମ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ଗୁରୁବାର ପାଳିତ ହୋଇଯାଇଛି । ଏହି ଅବସରରେ ଗୁଣପୁର ଉପଜିଲାପାଳ ଲଳିତ କୁମାର କହଁର ମୂଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସମ୍ମଳିତ ପ୍ୟାରଡର ଅଭିବାଦନ ଗ୍ରହଣ କରିଥିଲେ । ସାଢେ ୪ଟା ସମୟରେ ରାମଧୂନ, ସାଢ଼େ ୫ଟା ସମୟରେ ପ୍ରଭାତ ଫେରି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା । ଏହାପରେ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନମାନଙ୍କରେ ସାଢେ ୭ଟା ସମୟରେ ପତାକା ଉତ୍ତୋଳନ ହୋଇଥିଲା । ସାଢେ ୮ଟା ସମୟରେ ମିନିଷ୍ଟାଡିୟମ ଠାରେ ଉପଖଣ୍ଡ ସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଆଇରବିଏନ ଭାମିନିର ଯାବାନମାନଙ୍କ ସମେତ ୧୯ ଟି ଗ୍ରୁପ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠିତ ପ୍ୟାରଡରେ ଏନସିସିରେ ମହିଳା ମହାବିଦ୍ୟାଳୟ ପ୍ରଥମ ହୋଇଥିବାବେଳେ ଦ୍ବିତୀୟ ଜିଆଇଇଟି ବିଶ୍ବ ବିଦ୍ୟାଳୟ ହୋଇଥିଲେ । ବଏସ ସିଭିଲିଆନରେ ବିଦ୍ୟାନିକେତନ ସ୍କୁଲ, ମାସ ତ୍ରିଲରେ ଜଗନ୍ନାଥ ପବ୍ଲିକ ସ୍କୁଲ ପ୍ରଥମ ହୋଇଥିଲେ। ଏହି ସମୟରେ ଅନୁଷ୍ଠିତ ବିଭିନ୍ନ କ୍ରିଡା ପ୍ରତିଯୋଗୀତାର କୃତି ପ୍ରତିଯୋଗାମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା । ତହସିଲଦାର ଶରତ ଚନ୍ଦ୍ର ନାୟକ, ବିଡିଓ ଶାନ୍ତି ପ୍ରଭା ପ୍ରଧାନ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରି ଧନଞ୍ଜୟ ବେହେରା, ଆଇଆରବିଏନର କମାଣ୍ଡେଣ୍ଟ ଦିପକ କୁମାର ଦେହୁରି ପ୍ରମୁଖ ଉପସ୍ଥିତ ରହିଥିଲେ । ଅନନ୍ତ ପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।