ଟିକାବାଲି ରାସ୍ତା ଉପରେ ହାଟ ବସାଉଥିବା ଉଠା ଦୋକାନିଙ୍କୁ ପ୍ରଶାସନର ତାଗିଦ….

ଅନୁସନ୍ଧାନ ଭାରତ(ବ୍ୟୁର): ଟିକାବାଲି ହାଟରେ ଦେଖା ଦେଉ ଥିବା ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଠୋସ ପଦକ୍ଷେପ ଗ୍ରହଣ କାରାଯାଇଛି I ପ୍ରଶାସନ ପକ୍ଷରୁ ରାସ୍ତା କଢ଼ରେ ବସି ଥିବା ଦୋକାନ ଗୁଡ଼ିକୁ ଉଠାଇବା ପାଇଁ ତାଗିତ କରାଯାଇଛି I କନ୍ଧମାଳ ଜିଲ୍ଲା ଟିକାବାଲି ଠାରେ ଜନଜାତି ହାଟ ପ୍ରାଙ୍ଗଣରେରେ ପ୍ରତ୍ୟେକ ଶୁକ୍ରବାର ଦିନ ସାପ୍ତାହିକ ହାଟ ହୋଇ ଥାଏ I ଏହି ହାଟରେ ଗୋରୁ, ଗାଇ, ଛେଳି, ମେଣ୍ଢା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ବ୍ୟବସାୟ କାରାଯାଇ ଥାଏ l

csp

କିନ୍ତୁ ଅତି ପରିତାପର ବିଷୟ ଯେ ବେପାରୀଙ୍କ ବସିବା ପାଇଁ ଜାଗା ନ ଥିବା ହେତୁ ରାସ୍ତା କଡ଼ରେ ଦେକାନ ବ୍ୟବସାୟ କରିଥାନ୍ତି I ଯାହାରି ଫଳରେ ଅନେକ ସମୟରେ ଯାନ ବାହାନ ଚଳାଚଳରେ ବାଧାସୃଷ୍ଟି ହେଇଥାଏ I ଏହି ଅସୁବିଧା ଦୂର କରିବା ପାଇଁ ଆଜି ସ୍ଥାନୀୟ ତହସିଲଦାର ଶ୍ରୀ ଯୁକ୍ତ ବିସକେସନ ପ୍ରଧାନଙ୍କ ଆଦେଶ କ୍ରମେ ଅତିରିକ୍ତ ତହସିଲଦାର ଶ୍ରୀ ମହୋନ ମଲ୍ଲୀକ, ଅତିରିକ୍ତ ଗୋଷ୍ଠୀଉନ୍ନୟନ ଅଧିକାରି ଶ୍ରୀ ଅନିଲି କୁମାର ମଲ୍ଲୀକ ଏବଂ ଥାନାଅଧିକାରି କଲ୍ୟାଣି ମୟୀ ଷେଣ୍ଢ , ଏସଆଇ ଶ୍ରୀ ସଂଜୟ କୁମାର ସ୍ୱାଇଁ ଓ ଅନ୍ୟ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଟିକାବାଲି ରାସ୍ତା ଦୁଇପାର୍ଶରେ ଅବରୋଧ କରି ବସିଥିବା ଦୋକାନ ଗୁଡିକୁ ହଟାଯାଇଥିଲା । ଏହା ସହ ଜନଜାତି ହାଟ ପ୍ରାଙ୍ଗଣରେ ବ୍ୟବସାୟ କରିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି l ଯଦି ଆସନ୍ତା ଶୁକ୍ରବାର ହାଟଦିନ ଏହାର ବ୍ୟତିକ୍ରମ ହୁଏ ତେବେ ଉକ୍ତ ଵେବସାୟୀଙ୍କ ଠାରୁ ଫାଇନ୍ କଟାଜିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।