ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ, ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ମିଳିତ ଅଭିଯୋଗ ଶୁଣାଣି, ଗୁଣପୁର ଉପ ଜିଲ୍ଲାପାଳଙ୍କ ସଭାଗୃହଠାରେ ଅନୁଷ୍ଠିତ ହୋଇଥିଲା । ଆଜିର ଏହି ଶୁଣାଣୀରେ ମୋଟ ୩୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ୧୦ଟି ସାମୁହିକ ଅଭିଯୋଗ, ୨୬ଟି ବ୍ୟକ୍ତିଗତ ଅଭିଯୋଗ ଶୁଣାଣି କରି ସମ୍ପୃକ୍ତ ଅଧିକାରୀ ତୁରନ୍ତ ଫଇସଲା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ୩ଜଣଙ୍କୁ ୧୦ ହଜାର ହିସାବରେ ୩୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ପ୍ରଦାନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ଲାଲ ମୋହନ ରାଉତରାୟ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ତ୍ରିପାଠୀ, ଉପ ଜିଲ୍ଲାପାଳ ଶ୍ରୀ ଲଳିତ କୁମାର କହଁର, ପ୍ରକଳ୍ପ ପ୍ରଶାସକ ଶ୍ରୀ ଲୋକନାଥ ଦଲବେହେରା, ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ, ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତି ପ୍ରଭା ପ୍ରଧାନ ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଆଦର୍ଶ ଥାନା ଅଧିକାରୀଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ଶ୍ରମିକ କାର୍ଡ ପାଇ ମୃତ୍ୟୁ ବରଣ କରିଥିବା ଦୁଇ ପରିବାରଙ୍କୁ ଶ୍ରମ ବିଭାଗ ତରଫରୁର ଦୁଇଲକ୍ଷ ପାଞ୍ଚହଜାର ଟଂଙ୍କା, ଝିଅ ବିବାହ ନିମନ୍ତେ ୫୦୦୦୦ଟଙ୍କା ପ୍ରଦାନ କରିଥିଲେ । ଆସନ୍ତା ୨୯ତାରିଖ ଦିନ ହକି ବିଶ୍ୱକପ ମଶାଲ ଗୁଣପୁର ଠାରେ ସମ୍ବର୍ଦ୍ଧିତ କରିବା ଆୟୋଜନ ପରିଦର୍ଶନ ନିମନ୍ତେ ମିନି ଷ୍ଟାଡିୟମ ପରିଦର୍ଶନ କରିଥିଲେ । ପରେ ତହସିଲ କାର୍ଯ୍ୟାଳୟର ବାର୍ଷିକ ଆୟ ବ୍ୟୟ ହିସାବ ଦେଖିଥିଲେ ।