ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୌଡ ସମାଜର ଏକ କାର୍ଯ୍ୟକାରୀଣି ବୈଠକ ଗୁଣପୁରର ଟାଉନ ହଲ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଲା ସଭାପତି ବ୍ରଜ ସୁନ୍ଦର ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ମମତା ଗୌଡ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଶରତ ଚନ୍ଦ୍ର ଗୌଡ, ତ୍ରିନାଥ ଗୌଡ, ଗୁଣପୁର ପୌର ପରିଷଦର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ, ଜିଲା ଯୁବ ସଭାପତି ଅମିତ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ମହାଙ୍କୁଡ, ଉତ୍କଳ ଯାଦବ ମହାସଭାର ସାଧାରଣ ସଂପାଦକ ହୃଷିକେଶ ଗୌଡ ପ୍ରମୁଖ ମଞ୍ଚାସିନ ରହିଥିଲେ । ସାଂଗଠନିକ ଆଲୋଚନା ସହ ବିଭିନ୍ନ କାର୍ଯ୍ୟକ୍ରମ, କଲ୍ୟାଣ ସହ ସେମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା । ଏଥିରେ ଜିଲାର ବିଭିନ୍ନ ବ୍ଲକର ପ୍ରମୁଖ ମୁଖିଆ ମାନେ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।