ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ବେଣାକୁନ୍ଦା ଗ୍ରାମରୁ ୧୨ ଫୁଟ ଲମ୍ବର ଅହିରାଜ ଉଦ୍ଧାର….

ଅନୁସନ୍ଧାନ ଭାରତ(ବ୍ୟୁର): ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ବେଣାକୁନ୍ଦା ଗ୍ରାମର ଏକ ବାଉଁଶବୁଦା ମୂଳୁ ବୁଧବାର ଅପରାହ୍ନରେ ଏକ ବିରାଟ ଅହିରାଜ ସାପକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । ଦୀର୍ଘ ୪ ଦିନ ହେବ ନିକଟସ୍ଥ ଜଙ୍ଗଲରୁ ଏହି ସାପଟି ଆସି ଗ୍ରାମର ବିଭିନ୍ନ ସ୍ଥାନରେ ବିଚରଣ କରୁଥିଲା । ଏତେ ବଡ ସାପକୁ ଦେଖି ଗ୍ରାମବାସୀମାନେ ଭୟଭୀତ ହୋଇ ପଡିଥିଲେ । ବୁଧବାର ଅପରାହ୍ନ ରେ ସାପଟି କେନାଲ ନିକଟ ବାଉଁଶବୁଦାରେ ରହିଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ଏହା ପରେ ସେଠାରେ ପ୍ରାକ୍ତନ ରେଞ୍ଜର ଅନୁପମ ବାନାର୍ଜୀ, ସେକ୍ନ ହେଲ୍ପ ଲାଇନ ସଦସ୍ୟ ସଞ୍ଜୟ କୁମାର ସ୍ୱାଇଁ, କେଦାର ମଲ୍ଲିକ ପହଞ୍ଚି ସାପଟିକୁ ବିଭିନ୍ନ କୌଶଳ କ୍ରମେ ଉଦ୍ଧାର କରିବା ପରେ ଏକ ଜରି ଅଖାରେ ଭର୍ତ୍ତି କରି ନିରାପଦ ଭାବେ ବିଞ୍ଝଗିରୀ ବିଟ୍ ର କଳା କାଠି ମୁଣ୍ଡିଆ ଜଙ୍ଗଲରେ ଛାଡି ଥିଲେ । ସାପଟିର ଲମ୍ବ ପ୍ରାୟ ୧୨ଫୁଟରୁ ଉର୍ଦ୍ଧ୍ବ ହେବ ବୋଲି ପ୍ରାକ୍ତନ ରେଞ୍ଜର ଅନୁପମ ବାନାର୍ଜୀ ସୂଚନା ଦେଇଛନ୍ତି ।