ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ମୁଖ୍ୟାଳୟ ବିଶ୍ୱନାଥପୁର ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ଧନୁଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ଜାନୁଆରୀ ୩ ତାରିଖରେ ଯାତ୍ରା ଆରମ୍ଭ ହୋଇ ୧୩ ତାରିଖ ଯାଏଁ ଚାଲିବ ଦୀର୍ଘ ଦଶ ଦିନ ଧରି କଂସ ଦରବାର ସହ ଅପେରା, ମିନାବାଜାରର ମଜା ନେବେ ଦର୍ଶକ l ପୁରୁଣା କମିଟି ଭଙ୍ଗ କରି ନୂତନ କମିଟି ଚୟନ କରାଯାଇଛି l ଏହି ଠାରେ ପୂର୍ବରୁ ପାଞ୍ଚ ବର୍ଷ ଧନୁଯାତ୍ରା ହୋଇଥିବା ବେଳେ ମହାମାରୀ କୋରୋନା ଯୋଗୁଁ ଦୁଇ ବର୍ଷ ଯାତ୍ରା ହୋଇ ନପାରି ବନ୍ଦ ରହିଥିଲା l ଏହି ବର୍ଷକୁ ଯୋଡ଼ିଲେ ଷଷ୍ଠ ବର୍ଷରେ ପଦାର୍ପଣ କରିବ ବିଶ୍ୱନାଥପୁର ଧୂନୁଯାତ୍ରା l ବୈଠକରେ ସହରର ବୁଦ୍ଧିଜୀବୀ, ବଣିକ ସଙ୍ଘ ଏବଂ ବିଭିନ୍ନ ସଂଗଠନର କର୍ମକର୍ତା ଯୋଗଦେଇ ଯାତ୍ରା କିପରି ଭାବେ ସୁରୁଖୁରୁରେ ସମ୍ପାଦନ ହବ ସେ ଉପରେ ଆଲୋଚନା କରିଥିଲେ l ନୂତନ କମିଟି ରେ ସଭାପତି ଭାବେ ସଂଜୀବ କୁମାର ନାୟକ, ଉପସଭାପତି ଅଚ୍ୟୁତ ଘଡେଇ, ସମ୍ପାଦକ ଅନନ୍ତରାମ ପ୍ରଧାନୀ, ସହସମ୍ପାଦକ ଧବଳେଶ୍ୱର ଠେଲା, କୋଷାଧ୍ୟକ୍ଷ ମନରଞ୍ଜନ ବିଶି, ସହ କୋଷାଧ୍ୟକ୍ଷ ମୀନକେତନ ଦଳେଇ, ଉପଦେଷ୍ଟା ଭାବେ ପ୍ରଦୀପ ଘଡ଼େଇ, ସନ୍ତୋଷ କୁମାର ତୁଳ, ତରୁଣ କୁମାର ଦାଶ, ରଘୁବୀର ନାଗ, ଜଗଦୀଶ ବେନିଆ, ଲଷ୍ମୀଧର ସନ୍ତୋଷରାଏ, ବଳରାମ ବେହେରା, ସୁରଥ ମାଝୀ, ଅଜିତ ପ୍ରଧାନୀ, ଘନଶ୍ୟାମ ସୁନା, ମନହର ହରପାଲ, କୁରୁକ୍ଷେତ୍ର ଧଙ୍ଗଡାମାଝି, ବନ ଦଳେଇ ପ୍ରମୁଖଙ୍କୁ କମିଟିରେ ଚୟନ କରାଯାଇଥିଲା l