ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବାଇପାସ ରୋଡ଼ ସ୍ଥିତ ଡୁଡୁଆ ବାଞ୍ଚେଶ୍ଵର ପୀଠରେ ସାଉଥକୋ ମିଟର ରିଡର୍ ଶ୍ରମିକ ସଂଘର ମାସିକ ଅନୁଷ୍ଠିତ ହୋଇଯାଇଛି । ସଭାପତି ସନ୍ତୋଷ ପଟ୍ଟନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ଡିଭିଜନ ମିଟର ରିଡରମାନେ ଏହି ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟୁତ ଦାୟିତ୍ୱ ଟାଟା ପାୱାର ଗ୍ରହଣ କରିବା ଠାରୁ ଠିକା କର୍ମଚାରୀମାନଙ୍କ ଉପରେ ରହିଥିବା ଚାପ ଏବଂ ଶୋଷଣ ନୀତି ଉପରେ ପ୍ରତିବାଦ କ୍ଷୋଭ ପ୍ରକାଶ କରାଯିବା ସହ ଆଗାମୀ ଦିନରେ ସମସ୍ତ ମିଟର ରିଡରମାନଙ୍କ ସ୍ଥାୟୀ ନିଯୁକ୍ତି ଦାବି ହେବା ନେଇ ଆଲୋଚନା ହୋଇଥିଲା । କାର୍ଯ୍ୟ କରୁଥିବା ସମସ୍ତ ମିଟର ରିଡର୍ ଠିକାଦାର ଏବଂ ଉପରସ୍ତ ଅଧିକାରୀମାନଙ୍କ ଚାପର ବଶବର୍ତ୍ତୀ ନ ହୋଇ ସ୍ଵାଧୀନ ଭାବରେ କିପରି କାର୍ଯ୍ୟ କରିବେ ଏନେଇ ସଂଘର ସଦସ୍ୟ ନିବାସ ସାହୁ ସମସ୍ତଙ୍କୁ ମତ ଦେଇଥିଲେ । ଅରକ୍ଷିତ ପରିଛା ଏହାକୁ ସଂଯୋଜନା କରିଥିଲେ ।