ଏଚ୍.ଡି.ଏଫ୍.ସି ବ୍ୟାଙ୍କର ୨୮ ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ……..

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁରରେ ଆଜି ଏଚ୍.ଡି.ଏଫ୍.ସି  ବ୍ୟାଙ୍କର ୨୮ ତମ ପ୍ରତିଷ୍ଠା ଦିବସ ଅବସରରେ ୧୪ ତମ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲଳିତ କୁମାର କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ରକ୍ତଦାନ ଶିବିର ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଶ୍ରୀମତୀ ସୁଜାତା ଦେବୀ, ବ୍ୟାଙ୍କ ମ୍ୟାନେଜର ଯେ କେ କେ ପାତ୍ର ଓ ବ୍ରାଞ୍ଚ ଅପରେସନ ହେଡ୍ ସୈଲଜା ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଉପ ଜିଲ୍ଲାପାଳ ପ୍ରଥମେ ରକ୍ତଦାନ କରି ଅନ୍ୟମାନଙ୍କୁ ରକ୍ତ ଦାନ କରିବା ପାଇଁ ଉତ୍ସାହିତ କରିଥିଲେ । ଆଜିର ଏଚ୍.ଡି.ଏଫ୍.ସିର ରକ୍ତଦାନ ଶିବିରରେ ବ୍ଲଡ ୪୫ ୟୁନିଟ୍ ସଂଗ୍ରହ ହୋଇଥିଲା ।