କିଡସ୍ ଜୀ ଗୁଣପୁର ବାର୍ଷିକ କ୍ରୀଡା ମହୋତ୍ସବ-୨୦୨୨ ଅନୁଷ୍ଠିତ………

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ସହର ଉପଖଣ୍ଡ ସ୍ଥିତ କିଡସ୍ ଜୀ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ମହୋତ୍ସବରେ ମୁଖ୍ୟ ଅତିଥି ରୂପେ ଶ୍ରୀ ରଘୁନାଥ ଗମାଙ୍ଗ ବିଧାୟକ ଗୁଣପୁର ଯୋଗଦେଇ ଆନୁଷ୍ଠାନିକ ଭାବେ କ୍ରୀଡା ଉତ୍ସବ ଉଦଘାଟନ କରି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଛନ୍ତି । ସମ୍ମାନୀତ ଅତିଥି ରୂପେ ସ୍ଥାନୀୟ ଯୁବ ଟାଉନ୍ ସଭାପତି ଶ୍ରୀ ରାମ ପଣ୍ଡା, ଗୁରୁକୁଳ ମହର୍ଷି ସେକେଣ୍ଡରି ସ୍କୁଲର ସମ୍ପାଦକ ରାଜେଶ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ପିଲାମାନଙ୍କୁ କ୍ରୀଡା ଦିଗରେ ଦିଗଦର୍ଶନ କରିଥିଲେ । ଶ୍ରୀ ରଘୁନାଥ ଗମାଙ୍ଗ ସୁସ୍ଥ ଶରୀର ଗଠନରେ ଏବଂ ଶିକ୍ଷାର୍ଥୀ ଜୀବନରେ ଥିବା ଖେଳକୁଦର ଉପାଦେୟତା ଉପରେ ଆଲୋକପାତ କରିଥିବା ବେଳେ ଶ୍ରୀ ରାମ ପଣ୍ଡା ଆଜିର ପରିବେଶ ମଧ୍ୟରେ କ୍ରୀଡା ହିଁ ଶରୀର ସୁରକ୍ଷାର ଅନନ୍ୟ ଅଙ୍ଗ କହି ବୁଝାଇଥିଲେ । ଏତଦ୍ ବ୍ୟତୀତ ମହର୍ଷି ସେକେଣ୍ଡରି ସ୍କୁଲର ସମ୍ପାଦକ ଶ୍ରୀ ରାଜେଶ ପଣ୍ଡା ପାଠ ପଢି ଭବିଷ୍ୟତ ଗଢିବା ସହ ଖେଳକୁଦ ମଧ୍ୟ ବିଦ୍ୟାର୍ଥୀ ଜୀବନର ପରିପୂରକ ଉପାଦାନ ବୋଲି ସାତ ଗୁରୁମନ୍ତ୍ର ମାଧ୍ୟମରେ ମତପ୍ରକାଶ କରିଥିଲେ । ବିଦ୍ୟାଳୟର ଅଧକ୍ଷ ଶ୍ରୀ ଜିତେନ୍ଦ୍ର କୁମାର ଶତପଥି ଉକ୍ତ କ୍ରୀଡା ମହୋତ୍ସବ ଅବସରରେ ଛାତ୍ରଛାତ୍ରୀଙ୍କ ଜୀବନରେ କ୍ରୀଡାର ଭୂମିକା ସମ୍ପର୍କରେ ଉଦବୋଧନ ଦେଇଥିବା ବେଳେ ବିଦ୍ୟାଳୟ ନିର୍ଦ୍ଦେଶକ ଶ୍ରୀ ମୂରଲୀଧର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସ୍ଵୟଂପ୍ରଭା ମହାପାତ୍ର ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ । ସମ୍ପ୍ରତି କ୍ରୀଡା ଉତ୍ସବରେ ଶିକ୍ଷାନୁଷ୍ଠାନର ୫୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ କ୍ରୀଡା ମହୋତ୍ସବ ଆଗମୀ ଦୁଇଦିନ ଯାଏଁ ଚାଲିବା ନେଇ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସ୍ଵୟଂପ୍ରଭା ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି । କ୍ରୀଡା ମହୋତ୍ସବରେ ୫୦ ମିଟର, ୧୦୦ମିଟର, ୨୦୦ ମିଟର ଦୌଡ ପ୍ରତିଯୋଗିତା, ସଟପୁଟ ଥ୍ରୋ, ଲଙ୍ଗ ଜମ୍ପ , ମ୍ୟାଥ୍ ରେସ୍, ସେକ୍ ରେସ୍, କଏନ୍ କଲେକ୍ସନ, ମ୍ୟୁଜିକ୍ ଚେୟାର୍ ସମେତ ଅନ୍ୟାନ୍ୟ କ୍ରୀଡା ପ୍ରତିଯୋଗିତା ଜନୀତ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷକବୃନ୍ଦ ଉକ୍ତ ପ୍ରତିଯୋଗିତା ସଞ୍ଚାଳନ କରିଥିବାବେଳେ ଶିକ୍ଷୟିତ୍ରୀମାନେ କୁନି କୁନି ପିଲାମାନଙ୍କ କ୍ରୀଡା କାର୍ଯ୍ୟକ୍ରମଗୁଡ଼ିକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସହଯୋଗି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବିଦ୍ୟାଳୟର ଅନ୍ୟ କର୍ମଚାରୀମାନେ କ୍ରୀଡା ମହୋତ୍ସବ ଜନିତ ସମସ୍ତ ସୁବିଧା ସୁରକ୍ଷା ଦିଗରେ କାର୍ଯ୍ୟରତ ଥିଲେ । ବିଦ୍ୟାଳୟର କାର୍ଯ୍ୟକ୍ରମରେ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ଗୁରୁକୁଳ ମହର୍ଷି କଲେଜର ସମ୍ପାଦକ ଶ୍ରୀ ରାଜେଶ ପଣ୍ଡା କ୍ରିକେଟ କିଟ୍ ଉପହାର ସ୍ୱରୂପ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଗୁଣପୁର ବି.ଜେ.ଡି ନଗର ସଭାପତି ଶ୍ରୀ ରାମ ପଣ୍ଡା ବିଦ୍ୟାଳୟ ନିମନ୍ତେ ଆବଶ୍ୟକୀୟ ଖେଳ ସାମଗ୍ରୀ  ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରଥମ ଦିନରେ ଛୋଟ ଛୋଟ ପିଲାମାନଙ୍କର ବାଲୁନ୍ ବ୍ଲାଷ୍ଟ ଓ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପରିବେଷିତ କାର୍ଯ୍ୟକ୍ରମର ପ୍ରାରମ୍ଭିକ ନୃତ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ।