ବନ୍ଦେ ଉତ୍କଳ ଜନନୀର ରଚୟତା କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଗୁଣୁପୁର ମହାବିଦ୍ୟାଳୟରେ ପାଳିତ…….

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ମହାବିଦ୍ୟାଳୟ ପରିସରରେ ବନ୍ଦେ ଉତ୍କଳ ଜନନୀର ରଚୟତା ତଥା କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଅନୁଷ୍ଠିତ ଯାଇଛି । ଏହି ଅବସରରେ ସମ୍ବାଦ ସାହିତ୍ୟ ଘର ଏବଂ ଗୁଣପୁର ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାବେଶରେ ସଭାପତି ଭାବେ ଅବସରପ୍ରାପ୍ତ ଶିକ୍ଷକ ସିମାଞ୍ଚଳ କର, ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ସୁରେନ୍ଦ୍ର ମଲ୍ଲିକ, ଗୁଣପୁର ମହାବିଦ୍ୟାଳୟର ଅଧକ୍ଷ୍ୟ ଡ଼କ୍ଟର ସୂର୍ଯ୍ୟ ପଣ୍ଡା, ଓଡ଼ିଆ ଅଧ୍ୟପକ ଜଗନ୍ନାଥ ଦୀପ ଏବଂ ଗୋକୁଳାନନ୍ଦ ସାହୁ ମଂଚାସୀନ ଥିଲେ । କବି ତଥା ଗାଳ୍ପିକ ପ୍ରମୋଦ ପଣ୍ଡା ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ବାଦ ସାହିତ୍ୟ ଘର ତରଫରୁ ଦେବି ମିଶ୍ର ପରିଚାଳନା କରିଥିଲେ l ଗୁଣପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରିଥିଲେ । ମୁଖ୍ୟବକ୍ତା ଜଗନ୍ନାଥ ଦୀପ କାନ୍ତକବି ଲଷ୍ମୀକାନ୍ତଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନ୍ୟ ଅତିଥିମାନେ କାନ୍ତକବିଙ୍କ ପାଇଁ ଓଡିଶା ନୁହଁ ସମଗ୍ର ଭାରତ ଗର୍ବିତ ବୋଲି ଜଣାଇଥିଲେ l ମୁଖ୍ୟଅତିଥି ଡ଼କ୍ଟର ସୂର୍ଯ୍ୟ ପଣ୍ଡା କାନ୍ତକବିଙ୍କ ବିଭିନ୍ନ ସମୟର ଅନୁଭୀତି ବର୍ଣନା କରିଥିଲେ ।