ବାଇକ ଦୁର୍ଘଟଣାରେ ଚାଳକ ଗୁରୁତର…..

ଅନୁସନ୍ଧାନ ଭାରତ(ବ୍ୟୁର): ତାରାସିଙ୍ଗି ଥାନା ଅଧୀନ ସାମରଡା ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟି ଚାଳକ ଉକ୍ତ ଗ୍ରାମର କବି ନାଇକଙ୍କ ପୁଅ ଟୁକୁନା ନାଇକ (୩୫) ଗୁରୁତର ଆହତ ହୋଇଛନ୍ତି । ସୂଚନା ପ୍ରକାରେ, ଟୁକୁନା କୌଣସି କାମରେ କୁଲାଡ଼ ଯାଇ ଫେରୁଥିବା ବେଳେ ଗ୍ରାମ ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ବାଇକଟି ଦୁର୍ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ଟୁକୁନା ଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି ।