ହିଞ୍ଜିଳିକାଟୁ ଠାରେ ବିଶାଳ ମିଶନ ଶକ୍ତି ବ୍ଲକ୍ ସ୍ତରୀୟ ଋଣ ମେଳା ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ନେଇ ଗଢି ଉଠି  ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇ ଆୟୋଜନ ହେଇଯାଇଛି ମିଶନ ଶକ୍ତି ତରଫରୁ ବ୍ଲକ୍ ସ୍ତରୀୟ ବିଶାଳ ଋଣ ମେଳା । ଏଥିରେ ସ୍ୱୟଂ ସହାୟକ  ଗୋଷ୍ଠୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି  । ସେମାନେ ଋଣ ନେଇ ବିଭିନ୍ନ ଯୋଜନାରେ ଅର୍ଥ ବିନିଯୋଗ କରି ଲାଭବାନ ହେବା ସଙ୍ଗେ ସଙ୍ଗେ ଆତ୍ମ ନିର୍ଭରଶୀଳ ହୋଇ ଦେଶ ଗଠନରେ ସାମିଲ ହୋଇପାରିବେ । ଏହି ଲକ୍ଷ୍ୟନେଇ ଜିଲ୍ଲାରେ ଚଳିତ ମାସ ୧୯ ତାରିଖ ଠାରୁ ଆସନ୍ତା ଡିସେମ୍ବର ମାସ ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ଲକରେ ଅନୁଷ୍ଠିତ ହେଉଛି ମିଶନ୍ ଶକ୍ତି ଋଣ ମେଳା ।

ଏହି ପର୍ଯ୍ୟାୟରେ ଗତ ୧୯ ତାରିଖରେ ଭଞ୍ଜନଗର, ୨୦ ତାରିଖରେ ଜଗନ୍ନାଥ ପ୍ରସାଦ, ୨୨ ତାରିଖ ରେ ଖଲିକୋଟ, ୨୫ ତାରିଖରେ ରଙ୍ଗେଲିଲୁଣ୍ଡା ଠାରେ  ଅନୁଷ୍ଠିତ ହୋଇଥିବା ସ୍ଥଳେ ଆଜି ହିଞ୍ଜିଳିକାଟୁ ଠାରେ  ଏହି ମେଳା ଅନୁଷ୍ଠିତ ହୋଇଯାଇଛି  । ଦିନ ୧୦.୦୦ ଘଟିକା ରେ ହିଞ୍ଜିଳିକାଟୁ ସ୍ଥିତ ବୃନ୍ଦାବନ  ବିଦ୍ୟାଳୟ ମିନି ଷ୍ଟାଡିଅମ ଠାରେ ମିଶନ ଶକ୍ତି ଆନୁକୁଲ୍ୟରେ ଏକ ବ୍ଲକ ସ୍ତରୀୟ ରୁଣ ମେଳା ଆୟୋଜିତ ହୋଇଥିଲା । ଉକ୍ତ ମେଳାରେ ୧୦୦୦୦ରୁ ଉର୍ଦ୍ଧ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଉପସ୍ଥିତ ଥିଲେ । ଏହି ମେଳାରେ ୪୦୫ ଗୋଟି ଏସଏଚଜିଙ୍କୁ ସମୁଦାୟ ୧୭ କୋଟି ୭୮ ଲକ୍ଷ ୧୯ ହଜାର  ୭୫୩ ଟଙ୍କାର  ଋଣ ପ୍ରଦାନ କରଯାଇଥିଲା ।

csp

ଚଳିତ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସର୍ବାଧିକ ସଂଖ୍ୟକ ଋଣ ପ୍ରଦାନ ପାଇଁ ସ୍ଥାନୀୟ ୟୁନିଅନ ବ୍ୟାଙ୍କ, ବୁରୁପଡା, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସର୍ବାଧିକ ଟଙ୍କାର  ଋଣ ପ୍ରଦାନ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଶିକିରି ଶାଖା, ସ୍ୱୟଂ ସହାୟକ ଗୋଷ୍ଠୀକୁ ବଡ ଆକାର ଋଣ ପ୍ରଦାନ ପାଇଁ ୟୁ.କୋ ବ୍ୟାଙ୍କ, ହିଞ୍ଜିଳିକାଟୁ ଓ ବଳରାମ ଯୋଜନାରେ ଋଣ ପ୍ରଦାନ ପାଇଁ ୟୁନିଅନ ବ୍ୟାଙ୍କ, ଶାଖା-2, ସିନେମା ହଲ ଛକ, ହିଞ୍ଜିଳିକାଟୁଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ମହିଳା ସଶକ୍ତିକରଣ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ ବଡଖଣ୍ଡି ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ, ଶ୍ରେଷ୍ଠ ସ୍ୱୟଂ ସହାୟକ ଗୋଷ୍ଠୀ, ଶ୍ରେଷ୍ଠ ଏମ.ବି.କେ, ଶ୍ରେଷ୍ଠ ସି.ଆର.ପି ଓ ଶ୍ରେଷ୍ଠ ଗୋଷ୍ଠୀ ସଂଗଠକମାନଙ୍କୁ ପୁରସ୍କୃତ କରାଯାଇଥିଲା ।  ହିଞ୍ଜିଳିକାଟୁ ପୌର ପରିଷଦର ସ୍ୱଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ଉତ୍ତମ ଅବଦାନ ପାଇଁ ସ୍ୱଚ୍ଛ ଓ୍ୱାର୍ଡ ଓ ସ୍ୱଚ୍ଛ ସାଥି ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି   ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ଅନ୍ତର୍ଗତ ସମସ୍ତ ପଞ୍ଚାୟତର ପରିମଳ ବ୍ୟବସ୍ଥାରେ ଅଦ୍ଭୁତପୂର୍ବ ଯୋଗଦାନ ପାଇଁ ସଫେଇ ଭାଇ ଓ ଭଉଣୀ ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନ କରାଯାଇଥିଲା ।

ସ୍ୱତ୍ସ ଭାରତ ମିଶନ ଭାଗ ୨ ଆନୁକୂଲ୍ୟରେ ବାହ୍ୟ ମଳ ମୁକ୍ତ ମୁକ୍ତ ଗ୍ରାମରେ ଦୀର୍ଘସ୍ଥାୟୀ ପରିଚାଳନା ନିମନ୍ତେ ଦୁଷିତ ଜଳ ପରିଚାଳନା ନିମନ୍ତେ ବିଭିନ୍ନ ଯୋଜନାରେ ବ୍ୟକ୍ତିଗତ ଶୋଷକ ଖାତ ନିର୍ମାଣ, ବ୍ୟକ୍ତିଗତ କମ୍ପୋଷ୍ଟ କୁଣ୍ଡ ନିର୍ମାଣ, ଏକ ଖାତ ବିଶିଷ୍ଟ ଶୌଚାଳୟକୁ ଯୋଡାଖାତ ବିଶିଷ୍ଟ ଶୌଚାଳୟରେ ପରିଣତ କରିବା, ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ, ମୋ ଉପକାରୀ ବଗିଚାର ଏକ ନମୂନା ପ୍ରଦର୍ଶନର ଆୟୋଜନ କରାଯାଇଥିଲା । ଏହା ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଉତ୍ପାଦକ ଦ୍ରବ୍ୟର ପ୍ରଦର୍ଶନୀ ସହ କୃଷି ଯନ୍ତ୍ରପାତିର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ।