ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲାରେ MBC TV ତରଫରୁ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଜିଲ୍ଲାର ସମସ୍ତ ଉନ୍ନତି ମୂଳକ ପରିବର୍ତ୍ତନ ଉପରେ କାର୍ଯ୍ୟକ୍ରମଟି ପର୍ଯ୍ୟବେସିତ ହୋଇଥିବାରୁ ଉକ୍ତ କାର୍ଯ୍ୟକ୍ରମର ନାମ ‘ପରିବର୍ତ୍ତନ’ ରଖାଯାଇଥିଲା । ରାଜନୈତିକ, ସାମାଜିକ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଘଟୁଥିବା ପରିବର୍ତ୍ତନ ଆଲୋଚନା ଚକ୍ରର ମୁଖ୍ୟ ବିଷୟ ଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାର ଜିଲ୍ଲାପାଳ ସ୍ୱଧାଦେବୀ ସିଂହ, ଅନେକ ପୁରୁଖା ରାଜନେତା, ସମାଜସେବୀ ଓ ଶିକ୍ଷାବିତ୍ ଯୋଗଦେଇଥିବାବେଳେ ଗୁଣପୁର ବ୍ଲକ୍ ମହର୍ଷି ଗୁରୁକୂଳ ଶିକ୍ଷାନୁଷ୍ଠାନର ଯୁବ ଶିକ୍ଷାବିତ୍ ଶ୍ରୀଯୁକ୍ତ ରାଜେଶ କୁମାର ପଣ୍ଡା ମହୋଦୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀଯୁକ୍ତ ପଣ୍ଡା ମହୋଦୟ ଉକ୍ତ କାର୍ଯ୍ୟକ୍ରମରେ ଭାଗନେଇ ଜିଲ୍ଲାର ଘଟିଥିବା ଉନ୍ନତି ମୂଳକ ପରିବର୍ତ୍ତନରେ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ନିଜସ୍ଵ ଅଭିମତ ପ୍ରକାଶ କରିଥିଲେ । ମଞ୍ଚରେ ଆୟୋଜିତ ଉଆନ୍ ଟୁ ଉଆନ୍ ଡିଷ୍କସନରେ ଭାଗ ନେଇଥିଲେ । ଯାହା ରାୟଗଡା ଜିଲ୍ଲା , ଗୁଣପୁର ଅଞ୍ଚଳର ଏବଂ ମହର୍ଷି ଅନୁଷ୍ଠାନ ପ୍ରତି ଏକ ଗର୍ବ ଓ ଗୌରବର ବିଷୟ ।