ଅନୁସନ୍ଧାନ ଭାରତ(ବ୍ୟୁର): କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଠାତା ଅଧ୍ୟାପକଙ୍କ ସମ୍ବର୍ଦ୍ଧନା ଉତ୍ସବରେ କଲେଜର ପ୍ରତିଷ୍ଠିତ ଅଧ୍ୟାପକ ଗୌରୀ ଶଙ୍କର ହୋତା, ଶିବ ପ୍ରସାଦ ବକ୍ସି, ଡ଼ଃ ଗୌରାଙ୍ଗ ଚରଣ ନାୟକ, ଅଜୟ ମିଶ୍ର, ଡ଼ଃ ସରୋଜ ପରିଡା, ଉପେନ୍ଦ୍ର ପାଠୀ, ରବୀନ୍ଦ୍ର କୁମାର ମହାପାତ୍ର, ଆଦିତ୍ୟ ପାତ୍ର, ଲଡୁ କିଶୋର ରଥ, ତ୍ରିନାଥ ସାହୁଙ୍କ ସମେତ ପ୍ରତିଷ୍ଠାତା ସଭ୍ୟ ତଥା କଲେଜର ଅବସର ପ୍ରାପ୍ତ କର୍ମଚାରୀ ଧନୁର୍ଜୟ ସାହୁ ପ୍ରମୁଖ ମଞ୍ଚଆସିନ ଥିଲେ I ଉପସ୍ଥିତ ଅଧ୍ୟାପକମାନେ ବାଲେଶ୍ଵରରୁ, ପାରଳାଖେମୁଣ୍ଡି, ବାରିପଦା, ଭୁବନେଶ୍ୱର, ବ୍ରହ୍ମପୁର ଓ ଖଲିକୋଟରୁ ଆସି ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ଥିଲେ I ସମସ୍ତ ଅଧ୍ୟାପକଙ୍କୁ କଲେଜ ପକ୍ଷରୁ ପୁଷ୍ପଗୁଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ପୁରାତନ ଛାତ୍ର ତଥା କଲେଜର ଅଧ୍ୟାପକ ତପନ ନାୟକ, ମାନସ ରଞ୍ଜନ ରାଉତ୍ତରାଏ, ପୁରାତନ ଛାତ୍ର ତଥା ସମ୍ବାଦ ପ୍ରତିନିଧି ସମୀର କୁମାର ପାଢୀ,ରେଖା ନାୟକ ପ୍ରମୁଖ ବିଗତ ଦିନର କଲେଜ ଜୀବନ ଏବଂ ଅଧ୍ୟାପକ ମାନଙ୍କ ସହ ସମ୍ପର୍କ ସେତେବେଳର ଶିକ୍ଷାଦାନ ବିଷୟରେ ପୁରୁଣା ସ୍ମୃତି ବର୍ଣନା କରିଥିଲେ I ଅଧ୍ୟାପକ ଦିଲୀପ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପସ୍ଥିତ ପ୍ରତିଷ୍ଠାତା ଅଧ୍ୟାପକମାନେ ନିଜ ନିଜ ବକ୍ତବ୍ୟରେ ନିଜ କର୍ମମୟ ଜୀବନରେ ନିଜ ଅଧ୍ୟାପନା ସମୟରେ ଥିବା ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ଶିକ୍ଷାପ୍ରତି ଥିବା କର୍ତବ୍ୟ, ଶିକ୍ଷାଦାନକୁ ନିଜର ବୃତ୍ତୀ ଭାବେ ନିଷ୍ଠାପର ସାଧନା ବିଷୟରେ ନିଜ ବକ୍ତବ୍ୟ ରଖିବା ସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ନିଜ ଜନ୍ମ ଭୂମି ଏବଂ ନିଜ କଲେଜ ପ୍ରତି ରହିଥିବା କର୍ତବ୍ୟ ନିଷ୍ଠାର ସହ ସମ୍ପାଦନା କରିବାକୁ ପରାମର୍ଶ ଦେଇଥିଲେ I ଶେଷରେ ଅଧ୍ୟାପିକା ସୁପ୍ରିୟା ମହାନ୍ତି ଧନ୍ୟବାଦ ଦେଇଥିଲେ I