ଅନୁସନ୍ଧାନ ଭାରତ(ବ୍ୟୁର): ବିଭିନ୍ନ ଦାବୀ ନେଇ ଆଜି ଘୁ.ଉଦୟଗିରି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସମୁଖରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଧାରଣା ଦେଇଛନ୍ତି I ସେଥିମଧ୍ୟରୁ ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା, ଅଙ୍ଗନୱାଡି କର୍ମୀଙ୍କୁ ମାସକୁ ୨୫ ହଜାର ଦରମା ଦେବା, ମିନି କର୍ମୀମାନଙ୍କୁ ଅଙ୍ଗନୱାଡି କର୍ମୀ ଭାବେ ଘୋଷଣା କରିବା, ଗରମ ରନ୍ଧା ଖାଦ୍ୟରେ ମୂଲ୍ୟ ବୃଦ୍ଧି କରିବା ଇତ୍ୟାଦି I ଅଲ ଓଡ଼ିଶା ଅଙ୍ଗନୱାଡି ଲେଡ଼ିଜ ୱାରକର୍ସ ଏସୋସିଏସନର ନିର୍ଦେଶ କ୍ରମେ ଆଜିର ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଆଜିର ଏହି ଧାରଣା କାର୍ଯ୍ୟକ୍ରମରେ ସଭାନେତ୍ରୀ ଜ୍ୟୋସ୍ନା ନାୟକ, ଉପ ସଭାନେତ୍ରୀ ରାଜଲକ୍ଷ୍ମୀ ମହାପାତ୍ର, ସମ୍ପାଦିକା ରୁକୁମା ଡିଗାଲ, କୋଷାଧ୍ଯକ୍ଷ ମାମୀ ପ୍ରଧାନଙ୍କ ସମେତ ୨୨୪ କର୍ମୀ, ସହାୟିକା କର୍ମୀ, ମିନି କର୍ମୀ ଏହି ଧାରଣାରେ ଅଂଶ ଗ୍ରହଣ କରି ସିଡିପିଓ ସାବିତ୍ରୀ ମଲ୍ଲିକ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି I