ଅନୁସନ୍ଧାନ ଭାରତ(ବ୍ୟୁର): ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଚଳିତ ବର୍ଷ +୨ଏବଂ +୩ପ୍ରଥମ ବର୍ଷ ରେ ନାମ ଲେଖେଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ନିମନ୍ତେ ଏକ ସ୍ବତନ୍ତ ଉତ୍ସବ ର ଆୟୋଜନ କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ଭେଙ୍କେଟ ରମଣ ପଟ୍ଟନାୟକ ଯୋଗ ଦେଇ ଥିବା ବେଳେ ଅଧ୍ୟାପକ ତପନ ଚନ୍ଦ୍ର ନାୟକ, ଡ଼ଃ ରାଜେଶ ବାଗ ଏବଂ ଆବେଦ ମଣ୍ଡଳ ମଞ୍ଚଆସିନ ଥିଲେ I ଛାତ୍ରଛାତ୍ରୀମାନେ କିପରି ଶୃଙ୍ଖଳିତ ହୋଇ ଅଧ୍ୟୟନ ପ୍ରତି ଗୁରୁତ୍ୱାରୋପ କରିବେ, ଶୃଙ୍ଖଳିତ ଅଧ୍ୟୟନ ସହ ନିଜ କଲେଜ ପ୍ରତି, କଲେଜ ଅଧ୍ୟାପକ ଅଧ୍ୟାପିକାଙ୍କ ପ୍ରତି ସମ୍ମାନ ସହ ନିଜ କର୍ତ୍ତବ୍ୟବୋଧକୁ ସଦାସର୍ବଦା ଧ୍ୟାନ ଦେଇ ନିଜ ଭବିଷ୍ୟତ ଗଠନ କରିବାକୁ ସମସ୍ତ ଉପସ୍ଥିତ ଅଧ୍ୟାପକ ଏବଂ ଉପର ଶ୍ରେଣୀର ବରିଷ୍ଟ ଛାତ୍ରଛାତ୍ରୀ ମାନେ କନିଷ୍ଠ ଛାତ୍ରଛାତ୍ରୀଙ୍କୁ ଉପଦେଶ ପ୍ରଦାନ କରିଥିଲେ I ଅଧ୍ୟକ୍ଷ ନିଜ ଅଭିଭାଷଣରେ କଲେଜର ବିଭିନ୍ନ ନୀତି ନିୟମ ସହ କିଭଳି ଶୃଙ୍ଖଳା ଭାବେ ଅଧ୍ୟୟନ ଉପରେ ମନନିବେଶ କରିବେ ତା ଉପରେ ନିଜ ମତବ୍ୟକ୍ତ କରିଥିଲେ I +୩ଶେଷ ବର୍ଷ ଛାତ୍ର ଆର୍ଯ୍ୟଭଟ୍ଟ କହଁର ଏବଂ ଛାତ୍ରୀ ସୁଚେତା ପାଣିଗ୍ରାହୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ I ଶେଷରେ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଉକ୍ତ କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ସହଯୋଗ କରିଥିଲେ I