ଅନୁସନ୍ଧାନ ଭାରତ(ବ୍ୟୁର): ଜାଡରେ ଥରୁଛି ଓଡ଼ିଶାର ଦାର୍ଜିଲିଙ୍ଗ ଓ ଦ୍ଵିତୀୟ କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି I ଓଡ଼ିଶାର କାଶ୍ମୀର କୁହାଯାଉ ଥିବା ଦାରିଙ୍ଗବାଡିକୁ ପଛରେ ପକାଇଛି ଘୁ.ଉଦୟଗିରି I ନଭେମ୍ବର ମାସ ହେବା ଠାରୁ ପ୍ରବଳ ଶୀତ ଅନୁଭୂତ ହେଉଛି I ଶୁକ୍ରବାର ଘୁ.ଉଦୟଗିରି ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲ୍ସିୟସ ରହିଥିବା ଆରଆରଟିଟିଏସ ଓ ଏଆରଡି ଜ୍ଞାନଲୋକ ଦାସ ସୂଚନା ଦେଇଛନ୍ତି I ପାରଦ ଦିନକୁ ଦିନ କମିବାରେ ଲାଗିଛି I ଗତ ରବିବାର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଥିବା ବେଳେ ସୋମବାର ୯.୬ ଡିଗ୍ରୀ, ମଙ୍ଗଳବାର ଏହା ତଳକୁଖସି ୭.୨ ଡିଗ୍ରୀ ଓ ଆଜି ୮ ଡିଗ୍ରୀ ସେଲସିୟସ ରହିଛି I ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଯୋଗୁଁ ଜନ ଜୀବନ ପ୍ରବାଭିତ ହେଉଛି I ଅନ୍ୟପକ୍ଷେ ଘନକୁହୁଡ଼ି ଯୋଗୁଁ କଳିଙ୍ଗା ଘାଟି ଏବଂ ସମଗ୍ର ଜିଲ୍ଲାରେ ଗାଡି ଚଳାଚଳରେ ଅସୁବିଧା ହେଉଥିବା ବିଭିନ୍ନ ଗାଡ଼ି ଚାଳକ କହିଛନ୍ତି I ଅନ୍ୟପକ୍ଷେ ଶୀତର ମଜା ନେବା ସହ ପ୍ରାକୃତିକ ସୁନ୍ଦର ପରିବେଶକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିଲାଣି I ସ୍ଥାନୀୟ ଲୋକେ ଶୀତ ଋତୁରେ ଶୀତର ମଜା ଭରପୁର ଉପଭୋଗ କରିବା ସାଙ୍ଗକୁ ନିଆଁର ସହାର ନେଉ ଥିବା ଦେଖିବାକୁ ମିଳିଛି I ଘୁ.ଉଦୟଗିରି ଅଞ୍ଚଳରେ ଥିବା କାଲିଗାଡୁ ହିଲ ଭିୟୁ ପଏଣ୍ଟ, ସିର୍କୀ ଇକୋ ପାର୍କ, ରାଜଗାଡା ଜଳ ପ୍ରପାତ, କଳିଙ୍ଗିଆ ଗାର୍ଡେନ, ୧୦ କିମି ବିସିଷ୍ଟ କଳିଙ୍ଗିଆ ଘାଟି, ଅତି ପୁରାତନ ଏମଏମସି ହିସ୍ପିଟାଲ ସମେତ ଅନେକ ଐତିହାସିକ ସ୍ଥାନକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି I ସାରା ରାଜ୍ୟରେ ଘୁ.ଉଦୟଗିରି ସହର ସର୍ବନିମ୍ନ ତାପମାତ୍ରା ସହର ତଥା ଦ୍ଵିତୀୟ କାଶ୍ମୀର ଘୋଷଣା ପରେ ଏହି ଅଞ୍ଚଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଲାଣି I ଘୁ.ଉଦୟଗିରିକୁ ଓଡ଼ିଶାର ଦାର୍ଜିଲିଙ୍ଗ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ I ଗଞ୍ଜାମ ଜିଲ୍ଲାରୁ ୧୦କିମି ବିଶିଷ୍ଠ ଘାଟି ରାସ୍ତା ଅତିକ୍ରମ କଲେ ଘୁ.ଉଦୟଗିରିକୁ ପହଞ୍ଚିବାକୁ ପଡ଼ି ଥାଏ I ଏହାର ପାଣିପାଗ ଅତି ନିଆର I ଯାହା ପାଇଁ ବ୍ରିଟିଶ ମିଶନାରିମାନେ ଘୁ.ଉଦୟଗିରିକୁ ଉପଯୁକ୍ତ କେନ୍ଦ୍ରସ୍ଥଳୀ ଭାବରେ ବାଛି ନେଇ ବସତି ସ୍ଥାପନ କରି ଥିଲେ I