ହାନ୍ନା ଇଣ୍ଟରନେସନାଲ ପୋବ୍ଲିକ ସ୍କୁଲ୍ ପରୀକ୍ଷଣ କରିଲେ ଡି.ଇ.ଓ ଏବଂ ଡେପୁଟି କଲେକ୍ଟର…..

ଅନୁସନ୍ଧାନ ଭାରତ(ବ୍ୟୁର): ଡମ୍ବସରା ସ୍ଥିତ ହାନ୍ନା ଇଣ୍ଟରନେସନାଲ ପୋବ୍ଲିକ ସ୍କୁଲରେ ପରୀକ୍ଷଣ ପାଇଁ ରାୟଗଡା ଜିଲ୍ଲାରୁ ଡେପୁଟି କଲେକ୍ଟର ଅନିଶା ଦାସ, ଡି.ଇ.ଓ ପ୍ରଭାତ କୁମାର ଦୋରା ଓ ଦିଲ୍ଲୀପ ସାବତ (ବୁଲୁ) ଆସି ସ୍କୁଲର ପରୀକ୍ଷଣ କରିଥିଲେ । ସ୍କୁଲର ସୁନ୍ଦରତାକୁ ଦେଖି ବହୁତ ଖୁସି ଅନୁଭୂତ କରିଥିଲେ ଏବଂ ତାହା ସହ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ l ଏହି ସମୟରେ ସ୍କୁଲର ଉନ୍ନତି ବିଷୟରେ ଆଲୋଚନା କରାଯାଇଥିଲା । ସ୍କୁଲର ସୁନ୍ଦରତାକୁ ଦେଖି ରାୟଗଡା ଜିଲ୍ଲାର ଡେପୁଟି କଲେକ୍ଟର ଓ ଡି.ଇ.ଓ ଅଧିକାରୀ ଓ ତାଙ୍କ କାର୍ଯ୍ୟକର୍ତ୍ତାମାନେ ସମସ୍ତ ଶିକ୍ଷକଶିକ୍ଷୟତ୍ର ଓ ଏହା ସହ ସେଠାର ପ୍ରଧାନ ଶିକ୍ଷକ ଜେମ୍ସ ପ୍ରଧାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l