ଘୁ.ଉଦୟଗିରି ରାଜ୍ୟ ରାଜପଥକଡ଼ରୁ ଫଳନ୍ତି ଆମ୍ବ ଗଛ ଉଭାନ ହେବାର ୧ ମାସ ବିତିଗଲା : ନିରବ ପ୍ରଶାସନ, କାର୍ଯ୍ୟାନୁଷ୍ଠାନ ଶୁନ…….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସମାଜସେବୀ ତଥା ବରିଷ୍ଠ ନାଗରିକଙ୍କ ପ୍ରଶାସନକୁ ପ୍ରଶ୍ନ । ରାଜ୍ୟରାଜ ରାସ୍ତା, ରାଷ୍ଟ୍ରୀୟ ରାଜରାସ୍ତା , ର୍ପୂତ୍ତ ବିଭାଗ ରାସ୍ତା ଏବଂ ଗ୍ରାମୀଣ ବିକାଶ ରାସ୍ତାର ଉଭୟ ର୍ପାଶ୍ଵରେ ରୋପଣ କରାଯାଇଥିବା ବୃକ୍ଷ ଗୁଡ଼ିକର ରକ୍ଷଣ ବେକ୍ଷଣ ଦାୟିତ୍ବ ସରକାରଙ୍କ କାର୍ଯ୍ୟଭାର ଆବଣ୍ଟନ ଅନୁସାରେ ଉପରେ ର୍ଦଶା ଯାଇଥିବା କେଉଁ ବିଭାଗର ? ବିଜ୍ଞାପିତ ଅଞ୍ଚଳ ପରିଷଦର ? ନା ପଞ୍ଚାୟତ ବିଭାଗର ?

ଘୁ.ଉଦୟଗିରିର ସମାଜସେବୀ ମହମ୍ମଦ ଜିଆଉଦ୍ଦିନ ଅଭିଯୋଗ କରିଛନ୍ତି ଯେ ଗତ ଦୀପାବଳି ପୂଜା ଛୁଟି ସମୟରେ କଳିଙ୍ଗା -କେ ନୂଆଗାଁ ରାଜ୍ୟ ରାଜପଥ ୭ (କ) ର ଘୁ ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦସ୍ଥ ୱର୍ଡ ନଂ ୨ (ଶଂଖ ସାହି ) ଠାରେ ଥିବା ହୃଷ୍ଟ ପୃଷ୍ଠ , ଜୀବନ୍ତ ତଥା ଫଳନ୍ତି ଆମ୍ବଗଛକୁ କେହି ଜଣେ ସ୍ୱାର୍ଥପର ବ୍ୟକ୍ତି ନିଜର ସୁବିଧା ପାଇଁ ମୂଳରୁ କାଟି ନିଜ ସ୍ବାର୍ଥ ପୂରଣ କରିପାରିଛି । ହେଲେ ଆମ ପ୍ରଶାସନ ନୀରବ । ଗଛ କାଟିବା ସଂବନ୍ଧରେ ସେ ଯେତେବେଳେ ସ୍ଥାନୀୟ ବନବିଭାଗ ଅଧିକାରୀ, ଜେ ଇ. ପୂର୍ତ୍ତ ବିଭାଗ, ବିଜ୍ଞାପିତ ଅଞ୍ଚଳ ପରିଷଦର ପଦାଧିକାରୀମାନଙ୍କୁ ଅବଗତ କରାଇବା ସହ ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୁଝିବାକୁ ଯାଇଥିଲେ , ଅଧିକାରୀମାନେ ଯେଉଁ ଉତ୍ତର ଉପସ୍ଥାନ କଲେ ତାହା ଅତି ଦୁଃଖଦାୟକ । ପ୍ରତ୍ୟେକ ଅଧିକାରୀ ନିଜକୁ ଏବଂ ବିଭାଗରର ଦାୟିତ୍ଵ ନୁହେଁ ବୋଲି କହି ଦାୟିତ୍ବ ରୁ ମୁକ୍ତ ହେବାକୁ ପ୍ରୟାସ କରିଥିବା ଅଭିଯୋଗ କରିଛନ୍ତି ସମାଜସେବୀ ମହମ୍ମଦ ଜିଆଉଦ୍ଦିନ । ଯାହା ଜଣେ ସାଧାରଣ ମଣିଷ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ସରକାର ରାସ୍ତା ସଂପ୍ରସାରଣ କରିବା ପାଇଁ ଅତି ଆବଶ୍ୟକ ସ୍ଥଳେ ଗଛ କାଟିବା ପାଇଁ ବନବିଭାଗ, ରାଜସ୍ୱ ବିଭାଗ, ପୂର୍ତ୍ତ ବିଭାଗ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ମିଳିତ ପର୍ଯ୍ୟବେକ୍ଷଣ ପରେ ଗଛ ଚିହ୍ନଟ କରିବା ଏବଂ ଆଇନ୍ ଅନୁଯାୟୀ ଗଛ କାଟିବା ର ନିୟମ ରହିଛି l କିନ୍ତୁ ଉକ୍ତ କ୍ଷେତ୍ରରେ କୈାଣସି ବିଭାଗର ବିନା ଅନୁମତିରେ ଉକ୍ତ ଗଛ କଟାଗଲା କିପରି ? ଏବଂ କଟିବାର ୨୦ ଦିନରୁ ଉର୍ଦ୍ଧ ହେଲାଣି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ପ୍ରଶାସନର ଅବହେଳା, ଲଜ୍ୟା ଓ ପରିତାପର ବିଷୟ କହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସମାଜ ସେବୀ ମହମ୍ମଦ ଜିଆଉଦ୍ଦିନ । କଣ ଗଛ କାଟିବା ପଛରେ କୈଣସି କ୍ଷମତାସିନ ବ୍ୟକ୍ତି ବିଶେଷଙ୍କ ସଂପୃକ୍ତି ରହିଛି କି ? କଣ ଅଧିକାରୀମାନେ ନିଜ ଚାକିରିକୁ ସୁରକ୍ଷିତ ରଖିବାପାଇଁ ନିଜ ଦାୟିତ୍ୱ ଏବଂ ର୍କତ୍ତବ୍ୟ ପରାୟଣତାକୁ ଜଳାଞ୍ଜଳି ଦେଇ ତାଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି କି ? ଯଦି ନାହିଁ କାହିଁକି ଆଜି ପର୍ଯ୍ୟନ୍ତ କୈାଣସି ଆଇନ୍ ଗତ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ? ଯଦି କୈାଣସି ଆର୍ଥିକ ସ୍ଥିତି ଦୁର୍ବଳ ଛାତ୍ରଛାତ୍ରୀ ନିଜର ବିଦ୍ୟା ଗ୍ରହଣ ପାଇଁ ଗଛର ଡାଳ କାଟି ବଜାରରେ ବିକ୍ରିକରି ତାର ଆବଶ୍ୟକତା ପୂରଣ କରିବା ସମୟରେ ଅଧିକାରୀମାନେ ତାକୁ ଅର୍ଥ ଦଣ୍ଡରେ ଦଣ୍ଡିତ କରନ୍ତି କିମ୍ବା ତା’ର ସାଇକେଲକୁ ଜବତ କରନ୍ତି କିମ୍ବା ତାକୁ ହାଜତକୁ ପଠାନ୍ତି l କାରଣ ସେ ଗରିବ ତେଣୁ ଏଠି ସରକାରୀ କଳ ସବୁ ଜାଣି ଚୁପ କାହିଁକି ରହିଛନ୍ତି ବୋଲି ସମାଜସେବୀ ପ୍ରଶ୍ନ କରିବା ସହ ଜିଲାପାଳଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଛନ୍ତି ସମାଜ ସେବୀ ମହମ୍ମଦ ଜିଆଉଦ୍ଦିନ l ସେ ଲେଖିଥିବା ଚିଠିରେ ଉଲେଖ କରିଛନ୍ତି ଯେ ସମ୍ମାନନୀୟ ଜିଲ୍ଲାପାଳ ମହାଶୟ ଆଶା କରୁଛି ଗରିବ ଛାତ୍ରଛାତ୍ରୀଙ୍କ ବାପା, ମାଁ ମାନଙ୍କ ପ୍ରତି ଅତିତରେ ଘଟିଥିବା ଅନ୍ୟାୟକୁ ନ୍ୟାୟଯୁକ୍ତ କରିବାକୁ ହେଲେ ଗଛ କଟାଳି (ସେ ବି ଜଣେ ଖଟିଖିଆ ଗରିବ ପେଟ ପୋଷିବାକୁ ମୂଲ ମଜୁରୀ କରିଛି )କୁ ନୁହଁ , ଗଛ କଟାଇବା ବ୍ୟକ୍ତି ଯିଏ କି ନିଜ ସ୍ୱାର୍ଥ ସାଧନ ପାଇଁ ସରକାରୀ ସଂପତ୍ତି ତଥା ପରିବେଶ ନଷ୍ଟ କାରିବାର ମୁଖ୍ୟ ପୁରୋଧା ତାକୁ ଚିହ୍ନଟ କରି ଆଇନ ଗତ ପଦକ୍ଷେପ ଗ୍ରହଣ କଲେ ଅତିକମରେ ନ୍ୟାୟ ପ୍ରକ୍ରିୟାରେ ଦଣ୍ଡିତ ହୋଇ ଥିବା ସେହି ଗରିବ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କ ମନରେ ନ୍ୟାୟିକ ପ୍ରକ୍ରିୟା ପ୍ରତି ଆସ୍ତା ଓ ବିଶ୍ବାସ ରହିବ। ଆଶା କରୁଛି ଏହାର ଉଚିତ ଓ ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କହିଛନ୍ତି ଘୁ.ଉଦୟଗିରି ଅଞ୍ଚଳର ନାଗରିକ ତଥା ସମାଜସେବୀ ସମାଜ ସେବୀ ମହମ୍ମଦ ଜିଆଉଦ୍ଦିନ l ଏନେଇ ସମାଜସେବୀ ଜଣକ ଜିଲ୍ଲା ପ୍ରଶାସନକୁ ଅଭିଯୋଗ ପତ୍ର ପ୍ରେରଣ କରି ଥିବା କହିଛନ୍ତି l