ଅନୁସନ୍ଧାନ ଭାରତ(ବ୍ୟୁର): ଭବାନୀପାଟଣା ୧୬ ନଭେମ୍ବରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରେ ଜାତୀୟ ପ୍ରେସଦିବସ ପାଳିତ ହୋଇଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ମିଳିତ ସାମ୍ବାଦିକ ସଙ୍ଘ, କଳାହାଣ୍ଡି ୱାର୍କିଙ୍ଗମିଡ଼ିଆ ଆସୋସିଏସନ ତରଫରୁ ସଭାପତି ନାରାୟଣ ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ହୋଟେଲ ଭାଗିରଥି ଇନ ଠାରେ ପ୍ରେସ ଦିବସ ପାଳନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥିଭାବରେ ସ୍ୱେଚ୍ଛାସେବୀ, ଆଇନଜୀବି ବିନିତା ଦାସ ଯୋଗଦାନ ଦେଇଥିବା ସମୟରେ ସୋଭଦ୍ରା ମହତାବ ସେବା ସଦନ ଭୂବନେଶ୍ଵରର ବିଭାଶ ସାମଲ ସମ୍ମାନୀତ ଅତିଥି ରୂପେ ଯୋଗଦାନ ଦେଇଥିଲେ । ଅତିଥିମାନେ ପ୍ରେସ ଦିବସର ଉଦେଶ୍ୟ ଓ଼ ସାମ୍ବାଦିକଙ୍କ ଭୂମିକା, ସମ୍ବାଦ ପରିବେଷଣ, ସମ୍ବାଦ ସଂଗ୍ରହ, ସାମ୍ବାଦିକଙ୍କ ବିଭିନ୍ନ ସୁବିଧା, ଅସୁବିଧା, ସାମ୍ବାଦିକମାନଙ୍କ ପ୍ରତି ସରକାର, ପ୍ରଶାସନର ସହାନୁଭୂତି ପାତର ଅନ୍ତରକୁ ଆଲୋଚନା ମାଧ୍ୟମରେ ନିଜନିଜ ମତ ପ୍ରକାଶ କରିବା ସହ ସାମ୍ବାଦିକମାନଙ୍କୁ ଉଚିତ ମାନ୍ୟତା, ସରକାରୀ ସହାୟତା ପ୍ରଦାନ କଲେ, ସାମ୍ବାଦିକଙ୍କ ସମ୍ବାଦ ପରିବେଷଣରେ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ଦାଶ l ଏଥିସହ ବରିଷ୍ଠ ସାମ୍ବାଦିକ ସଂଗ୍ରାମ କେଶରୀ ମହାପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ ପୂର୍ବକ ବୈଠକର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ । ଆୟୋଜିତ ସଭାରେ ଜିଲ୍ଲାର ବିଭିନ୍ନ ବ୍ଳକ୍ ସାମ୍ବାଦିକ ଆସି ଯୋଗଦେଇଥିଲେ । ସେମାନେ ହେଲେ ସାମ୍ବାଦିକ ମଧୂସୁଦନ ମହାପାତ୍ର, ବିରଞ୍ଚିନାରାୟଣ ଯୋଶୀ, ପୂର୍ଣ୍ଣ ଚ଼ନ୍ଦ୍ର ପଟନାୟକ, ଶିମାଞ୍ଚଳ ତ୍ରିପାଠୀ, ଜୟକୃଷ୍ଣ ବେହେରା, ଗୟା ରାମ ପୁଝାରୀ, ବିମଳଚନ୍ଦ୍ର ସତପଥୀ, ବିରଞ୍ଚି କରୁଆ, ରଘୁମଣି ପୁଝାରୀ, ଖରେଶ୍ଵର ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।