ଘୁ.ଉଦୟଗିରି ପ୍ରେସ କ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ବ୍ୟବସାୟୀ ସଂଘ ସଭା ଗୃହ ଠାରେ ପ୍ରେସକ୍ଲବ ସଭାପତି ସମୀର କୁମାର ପାଢୀଙ୍କ ସଭାପତିତ୍ବରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି I ପ୍ରତି ବର୍ଷ ନଭେମ୍ବର ୧୬ରେ ପାଳନ କରାଯାଇଥାଏ ଜାତୀୟ ପ୍ରେସ ଦିବସ I ସମସ୍ତ ଖବରର ଗୁଣବତ୍ତା ବଜାୟ ରଖିବା ଉଦ୍ଦେଶ୍ୟରେ ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ସ୍ଥାପିତ ହୋଇଥିଲା I ସାମାଜିକ ବିକାଶରେ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ I ସାମ୍ବାଦିକମାନଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ଭାରତୀୟ ପ୍ରେସ କ୍ଲବ ସେ ଦିଗରେ କାର୍ଯ୍ୟ କରୁଛି I ଆଜିର ଏହି ପବିତ୍ର ଦିବସରେ ପ୍ରେସ କ୍ଲବର ସମସ୍ତ ସାମ୍ବାଦିକ ବନ୍ଧୁ ତଥା ପ୍ରସନ୍ନ କୁମାର ମିଶ୍ର, ଗଗନ କୁମାର ପ୍ରଧାନ, ସାମନ୍ତ ଶେଖର ନାୟକ, ଚିନ୍ମୟ କୁମାର ସେଠୀ, ଅନିଲ କୁମାର ଦଳବେହେରା, ସୁଜିତ କୁମାର ସାହୁ, ଏନ. ରାଜା ରାଓ, ଚନ୍ଦ୍ର ଶେଖର ପାଢ଼ୀ, ଶ୍ରୀମତୀ କେ. ଲିଲିମା ରାଓ, ରାମକୃଷ୍ଣ ଚୌଧୁରୀ ଉପସ୍ଥିତ ଥିବା ବେଳେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ଦେବନାଥ ଦଳବେହେରା, ପତିତପାବନ ସାହୁ, ସମ୍ପାଦକ ବଟକୃଷ୍ଣ ଦାସ, ଆଶୁତୋଷ ସାହୁ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ନିଜ ନିଜ ସାମ୍ବାଦିକତାର ଅନୁଭୂତି କହି ସମାଜ ଗଠନ ପାଇଁ ଗଣମାଧ୍ୟମର ଗୁରୁ ଦାୟିତ୍ଵ ଓ ପ୍ରେସ ଦିବସ ପାଳନ ସମ୍ପର୍କରେ ମତାମତ ଦେବା ସହ ଏକତା ଓ ଭାଇଚାରା ମଧ୍ୟରେ ସଂଗଠିତ ରହିବା ପାଇଁ ଉପଦେଶ ଦେଇଥିଲେ I