ଘୁ.ଉଦୟଗିରିରେ ରାଜ୍ୟର ସର୍ବାଧିକ ଶୀତ ଅନୁଭୂତ ବ୍ଲକ, ପ୍ରବଳ ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଶୀତଋତୁର ଅନୁଭୂତି କହିଲେ କନ୍ଧମାଳ ଶୀତ କୁହିଁ ବୁଝାଏ l ସାରା ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହେବା ପରେ ଘୁ.ଉଦୟଗିରି ରାଜ୍ୟରେ ସର୍ବାଧିକ ଶୀତ ଅନୁଭୂତ ହୋଇଥିବା ଆଞ୍ଚଳିକ ପାଣିପାଗ ଦ୍ୱାରା ସୂଚନା ମିଳିଛି  l ବର୍ତ୍ତମାନ ଘୁ.ଉଦୟଗିରି ଠାରେ ୯.୬ ଡିଗ୍ରୀ ଶୀତ ଅନୁଭୁତ ହେଉ ଥିବା ସରକାରୀ ସୁତ୍ରରୁ ପ୍ରକାଶ l ଆଜି ଠାରୁ ଶୀତ ଆହୁରି ବଢ଼ିବ ବୋଲି ମଧ୍ୟ ସୂଚନା ରହିଛି । ରାତିରେ ତାପମାତ୍ରା ପ୍ରାୟ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେବ l ଆସନ୍ତା ଦୁଇ ଦିନ ଯାଏ ତାପମାତ୍ରା ପ୍ରାୟ  ତଳକୁ ଖସିପାରେ ।  ଧୀରେ ଧୀରେ ଅଧିକ ଶୀତ ଅନୁଭୂତ ହେବାରେ ଲାଗିଛି l ଫଳରେ ସ୍ଥାନୀୟ ଜନସାଧାରଣ ଶୀତ ଦାଉରୁ ନିଜକୁ ରକ୍ଷା କରିବା ନିମନ୍ତେ ନିଆଁ ଜାଳି ସେକି ହେଉଥିବା ଦେଖିବାକୁ ମିଳିଛି  l ହାଡ଼ ଭଙ୍ଗା ଶୀତ ଯୋଗୁଁ ଲୋକେ ଯଥା ଶୀଘ୍ର ଘରକୁ ପଳେଇ ଯାଉଥିବା ଫଳରେ ବଜାର ରାସ୍ତା ଘାଟ ଶୂନଶାନ ହେଇଯାଉଛି l ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ବିଜୁ କଲ୍ୟାଣ ମଣ୍ଡପ ଠାରେ  ଏକ ଶୀତକାଳୀନ ରାତ୍ରୀ ଆଶ୍ରୟ ସ୍ଥଳୀ ମଧ୍ୟ ଖୋଲାଯାଇଛି  l ଶୀତର ମଜା ଉଠେଇବା ନିମନ୍ତେ ବାହାର ପର୍ଯ୍ୟଟକଙ୍କ କନ୍ଧମାଳ ଜିଲ୍ଲାକୁ ସୁଅ ମଧ୍ୟ ଛୁଟିଲାଣି  l ଲୋକେ ସକାଳୁ ଉଠି କୁହୁଡ଼ି ଭରା ରାସ୍ତାରେ ମର୍ଣ୍ଣିଂ ୱା୍ଲକ କରି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି  l କୁହୁଡ଼ିରେ ଭର୍ତ୍ତି ପ୍ରାକୃତିକ ସୌନ୍ଦର୍ଯ୍ୟର ଫୋଟ ସ୍ଥାନୀୟ ଯୁବକ ଯୁବତୀ ନିଜ ନିଜ ମୋବାଇଲରେ ସେଲ୍ଫି ମାଧ୍ୟମରେ ଉତ୍ତୋଳନ କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି  l ପ୍ରବଳ କୁହୁଡ଼ି ପ୍ରାୟ ସକାଳ ୧୦ ଘଣ୍ଟିକା ପର୍ଯ୍ୟନ୍ତ ରହୁଥିବାରୁ ଗାଡ଼ି ମୋଟର ହେଡ ଲାଇଟ ଜଳେଇ ରାସ୍ତାରେ ଯିବା ଆସିବା କରୁଛନ୍ତି  l ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳିଙ୍ଗା ଘାଟିର ପ୍ରାକୃତିକ ଦୃଶ୍ୟ ଶୀତ ଋତୁରେ କିଛି ଅଲଗା ହିଁ ରହିଥାଏ  l ଧଳା ଧଳା ଭସା କୁହୁଡ଼ି ମଧ୍ୟରେ କଳା ମଚ ମଚ ରାସ୍ତା ଦେଖିବାକୁ ଖୁବ ମନୋରମ ଓ ହୃଦୟସ୍ପର୍ଶୀ  l ଶୀତଋତୁରେ ଏଠାକାର ଶାନ୍ତ, ସୁନ୍ଦର ପରିବେଷ ଓ ସ୍ଥାନୀୟ ଲୋକଙ୍କ ଅତି ଭଦ୍ର ଆଚରଣ ପାଇଁ ବାହାର ପର୍ଯ୍ୟଟକ ଏହି ଋତୁରେ କନ୍ଧମାଳକୁ ପ୍ରାଥମିକତା ଦେଇଥାନ୍ତି l ଏହି ଖବର ପ୍ରସାରିତ ହେବା ପରେ ବିଭନ୍ନ ଅଞ୍ଚଳରୁ ଘୁ.ଉଦୟଗିରିକୁ ପର୍ଯ୍ୟଟକଙ୍କ ଆସିବା ଆରମ୍ଭ ହୋଇଛି l ଘୁ.ଉଦୟଗିରିରେ ରହିଛି କାଲିଗାଡୁ ହିଲଟୋପ୍, ସିର୍କୀ ଇକୋ ପାର୍କ, କଳିଙ୍ଗିଆ ଗାର୍ଡେନ ଓ ଘାଟି, କାକାଲ ବାକି ସହ ଅନେକ ସୁନ୍ଦର ସ୍ଥାନ l