ଗୋପାଳପୁର ନିର୍ବାଚନ ମଣ୍ଡଳରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ, ହୁଳହୁଳିରେ କମ୍ପିଲା ୩୭ ଓ ୩୮ ନଂ ୱାର୍ଡ…..
ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ଦିନ ଧରି ଚାଲିଥିବା ଜନ ସଂପର୍କ ପଦଯାତ୍ରା ଆଜି ବ୍ରହ୍ମପୁର ମହାନଗର ବିଜେଡ଼ି ତରଫରୁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ତଥା ୩୭ ଓ ୩୮ ନଂ ୱାର୍ଡରେ ଏହି ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ୩୭ନଂ ୱାର୍ଡ କର୍ପୋରେଟର ପାର୍ଥୀନୀ ତଥା ମହାନଗର ମହିଳା ବିଜେଡ଼ି ଯୁଗ୍ମ ସମ୍ପାଦିକା ସୁସ୍ମିତା ପାତ୍ର ଏବଂ ୩୮ ନଂ କର୍ପୋରେଟର ତଥା ଜିଲ୍ଲା ମହିଳା ସାଧାରଣ ସମ୍ପାଦିକା ସ୍ୱର୍ଣ୍ଣଲତା ସାବତଙ୍କ ତ୍ୱତ୍ତାବଧାନରେ ଆୟୋଜିତ ପଦଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ଼.ଗୋପବନ୍ଧୁ ଦାଶ, ବ୍ରହ୍ମପୁର ମେୟର ସଂଘମିତା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡୀ, କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ଜିଲାପରିଷଦ ଉପାଧ୍ୟକ୍ଷା ଏସ ରାଜେଶ୍ୱରୀ ଦୋରା ପ୍ରମୁଖ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏଠାରେ ଶ୍ରୀ ଦାଶଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ୩୭ନଂ ୱାର୍ଡ ଅଧିନ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା କରି ଏହି ପଦଯାତ୍ରା ଆରମ୍ଭ ହୋଇଥିବା ୱାର୍ଡ ପରିକ୍ରମା କରିଥିବା ବେଳେ ୩୮ନଂ ୱାର୍ଡ ଅଧିନ ତାରା ଦେବୀ ମନ୍ଦିରରେ ପୂଜା ଅର୍ଚ୍ଚନା କରି ସେଠାରୁ ଏକ ବିରାଟ ଶୋଭା ରାଲି ବାହାର କରି ୱାର୍ଡ ପରିକ୍ରମା କରିଥିଲେ । ଆଜି ଉଭୟ ୱାର୍ଡ ହୁଲୁହୁଳିରେ କମ୍ପିଥିଲା । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ତଥା ଯୁବ ବିଜେଡି ନେତା ଏ.ସନ୍ତୋଷ ପାତ୍ର, ମହାନଗର ସଭାପତି ବିଜୟ ଚନ୍ଦ୍ର ସାମଲ, ଯୁବ ସଭାପତି ଅଜିତ୍ କୁମାର ପଣ୍ଡା, ଛାତ୍ର ସଭାପତି ଶୋଭନ ନାୟକ, ମହାନଗର ମହିଳା ସଭାନେତ୍ରୀ ସୋନାଲି ଗନ୍ତାୟତ, ଦୁର୍ଗା ମାଧବ ସାବତ, ଅନାମ ପାତ୍ର, ଜଗନ୍ନାଥ ସାବତ, ଭଗବାନ ଗନ୍ତାୟତ, ଭୀମସେନ ଦଳେଇ, ରଙ୍ଗେଇଲୁଣ୍ଡା ବ୍ଲକ ସଭାପତି ଅଜିତ୍ କୁମାର ଦାସ, ଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ, ରଣ୍ଡା ସରପଞ୍ଚ ତଥା ଛାତ୍ର ବିଜେଡ଼ି ରାଜ୍ୟ ସମ୍ପାଦକ ଅଜିତ କୁମାର ରାଉଳ, ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ କାନ୍ତ ସାହୁ, ପୂର୍ବତନ ମେୟର କେ ମାଧବୀ, ଜିଲ୍ଲା ମହିଳା ଉପସଭାନେତ୍ରୀ ମନିତା ଦାଶ, ମହା ନଗର ମହିଳା ଯୁଗ୍ମ ସମ୍ପାଦିକା ଡ଼ି.ଦେବକୀ ରେଡ୍ଡୀ, ପ୍ରଜ୍ଞା ଶ୍ୱେତା ପଟ୍ଟନାୟକ, ମନୋଜ ସାବତ, ପପୁ ପାଳ, ଚନ୍ଦ୍ର ଶେଖର ପାତ୍ର, ଚିନ୍ମୟ ପାଣିଗ୍ରାହୀ, ପିଣ୍ଟୁ ପାତ୍ର, ସୁରଜ ପାଢ଼ୀ, କିରଣ ସାହୁ, ନଳିନୀକାନ୍ତ ଦେବ ଦର୍ଶୀ, ପପୁ, ଜିତୁ, ଅକ୍ଷୟମିଶ୍ର, କୁନା ବ୍ରହ୍ମା, ଅଶୋକ ପଟ୍ଟନାୟକଙ୍କ ସମେତ ବହୁ କର୍ପୋରେଟର ଏବଂ ଶତାଧିକ କର୍ମୀମାନେ ଏହି ଅଭିଯାନରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇଥିଲେ । ବ୍ରହ୍ମପୁର ମେୟର ସଂଘମିତା ଦଳେଇ ସ୍ୱଚ୍ଛ ଶାସନ ଓ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ । ବ୍ରହ୍ମପୁରର ବିକାଶ ଏବଂ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଲୋକଙ୍କ ମାନଙ୍କୁ ସଚେତନ କରାଯାଇଥିଲା । ସହରର ବିକାଶ, ନାରୀ ସଶକ୍ତିକରଣ ଏବଂ ତୃଣମୂଳସ୍ତରରେ ସଂଗଠନକୁ ସୃଦୁଡ଼ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ସଫଳ କରିବା ପାଇଁ ଡେ଼ପୁଟି ମେୟର ଇ.ବିବେକ ରେଡ୍ଡୀ କହିଛନ୍ତି ।