ଘୁମୁସରି ଗୋ ପ୍ରଜାତି ସଂରକ୍ଷଣ କର୍ମଶାଳା ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଗାଙ୍ଗପୁର ଠାରେ ଘୁମୁସରି ପ୍ରଜାତିର ଗାଈମାନଙ୍କ ସୁରକ୍ଷା ଓ ସଂରକ୍ଷଣ ସମ୍ପର୍କରେ ଏକ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାର ମୁଖ୍ୟ ଲକ୍ଷ ହେଲା ଘୁମୁସରି ଗାଈମାନଙ୍କୁ ପାଳନ କରିବା ଦ୍ୱାରା ଚାଷୀ କେବଳ ଦୁଗ୍ଧ ଉତ୍ପାଦନ କରିବ ତାହା ନୁହେଁ ଏହାର ଗୋବର ଓ ମୂତ୍ରରୁ ମଧ୍ୟ ଅନେକ ଲାଭ ପାଇହେବ ଏ ସଂପର୍କରେ ଗୋପାଳକମାନଙ୍କୁ ତାଲିମ ଦିଆଯାଇଥିଲା । ଘୁମୁସରି ଗାଈର ଖୀରରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଥିବା ସହିତ ଏହି ଗାଈମାନଙ୍କ ଅନେକ ଉପାଦେୟତା ଗୁଣ ରହିଥବା ଚାଷୀମାନକୁ ବେଶ ଲାଭ ଦାୟକ ହେବ ବୋଲି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ବେଲଗୁଣ୍ଠା, ଧରାକୋଟ, ଆସ୍କା ବ୍ଲକର ବିଭିନ୍ନ ସ୍ଥାନରୁ ଗୋପାଳକମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ଗୋ ସୁରକ୍ଷା ସଂରକ୍ଷଣର ସଂପାଦକ ପ୍ରକାଶ ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କମଳ ଦାସ ଶର୍ମା, ନୟାଗଡ଼ ଓଡିଶା ଗୋସେବା ସମିତି ସେବକ ପ୍ରଦୀପ୍ତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।