ଭଞ୍ଜନଗରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ସହର ମୁଖ୍ୟ ରାସ୍ତାରେ ଥିବା ଟାଉନ ହଲ ପରିସରରେ ଶୁକ୍ରବାର ଏକ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ତରଫରୁ ଏହି ଶିବିରର ଆୟୋଜନ କରାଯାଇଥିଲା । ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଅନୁଷ୍ଠିତ ଶିବିରରେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଠାରେ କାର୍ଡିଓଲୋଜି, ମେଡ଼ିସିନ, ଅର୍ଥପେଡ଼ିକ, ଡେଣ୍ଟାଲ ବିଭାଗ ସହ ରକ୍ତ, ସୁଗର ଏବଂ ରକ୍ତଚାପ ପରୀକ୍ଷା କରାଯାଇଥିଲା । ଶିବିରରେ ଭଞ୍ଜନଗର ସମେତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ଯୋଗାଇ ଦିଆଯାଇଛି । ଏହି କାର୍ଯାକ୍ରମରେ ବିଭିନ୍ନ ବିଭାଗର ଡାକ୍ତର, କର୍ମଚାରୀ ଉପସ୍ଥିତ ରହିବା ସହ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କାଉନସିଲରମାନେ ସହଯୋଗ କରିଥିଲେ।