ଭେଜିପୁଟ ବଡ଼ ଦାଣ୍ଡରେ କାର୍ତ୍ତିକେଶ୍ୱର ପୂଜାମହା ସମାରୋହରେ ଆୟୋଜିତ…….

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ସ୍ଥିତ ଭେଜିପୁଟ ବଡ଼ଦାଣ୍ଡ ସାହିରେ ମହା ସମାରୋହରେ କାର୍ତ୍ତିକେଶ୍ୱର ପୂଜାର ଆୟୋଜନ କରାଯାଇଛି । ଗତ ୪ତାରିଖ ବଡ଼ ଏକାଦଶୀ ପଞ୍ଚୁକ ତିଥିରେ ଏହି ପୂଜା ଆରମ୍ଭ ହୋଇଥିଲା । ଏହା  ଆସନ୍ତା ୧୧ ତାରିଖରେ ଭାଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ପୂଜାର ପ୍ରଥମ ଦିବସରେ  କର୍ତ୍ତା ଭାବେ ମନୁ ବେହେରା ଉପସ୍ଥିତ ରହି ଦାୟୀତ୍ୱ ସମ୍ପାଦନ କରିଥିଲେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ପୂଜା ଅନୁଷ୍ଠିତ ହେଉଥିବାରୁ ପ୍ରତିଦିନ ଏଠାରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ଏଥି ସହିତ ପୂଜା ଅବସରରେ ୧୦୮ ଦୀପ ଆଳତି ଅନୁଷ୍ଠିତ ହୋଇଛି । ପୂଜା କମିଟିର ସମସ୍ତ ସଦସ୍ୟ ଓ ସାହି ବାସିନ୍ଦା ଉପସ୍ଥିତ ରହି ସହଯୋଗ ଜାରି ରଖିଛନ୍ତି l